Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସାର୍ଥକ ମିତ୍ର

ସାର୍ଥକ ମିତ୍ର

1 min
7.4K


ବାଡି ଖଣ୍ଡେ ବୋଲି ଗବ ବାଡି ଖଣ୍ଡେ ହାତୁ ନଛାଡିବ କ୍ଷଣେ

ଶତୃକୁ ଆଣ୍ଟେ ପାଣିକୁ କଣ୍ଟେ ସଂଗେ ହୋଇଥିବ ଜଣେ ।

ବାଡି ଖଣ୍ଡେ ଯଦି ଏତେ ବଡ ସାଥୀ- ସାଥୀ କଥା କି କହିବା

ସାଥୀ ହୀନ ଜନ ପଶୁଠାରୁ ହୀନ ଶିରରେ କର ମାରିବା ।

ଭଲକୁ ପ୍ରଶଂସା ସମାଜ କରିବ ଭୁଲ କଲେ ନିନ୍ଦା ଦେବ

ସାଥୀଟିଏ କିନ୍ତୁ ଦେହାତୀତ ଯାଏ ଗୁଣଗାନ କରୁଥିବ ।

ଦରିଦ୍ର ସୁଦାମା ଖୁଦଭଜା ଧରି ଦ୍ୱାରକାରେ ପହଂଚିଲେ

ପାଦଧୌତ କରି ସିଂହାସନେ ରାଇ କୃଷ୍ନ ଅରଚନା କଲେ ।

ଛଡାଇ ଖାଇଲେ ଖୁଦଭଜା ଅଷ୍ଟ ପାଟବଂଶୀ ଆଚମ୍ବିତ

ବଂଧୁତ୍ୱ ବୁଝେନା ଧନ ମାନ ଭେଦ କଂଧେ ଥାଉ ଉପବୀତ ।

ବିପଦର ବଂଧୁ ବାସ୍ତବରେ ବଂଧୁ ପିତା ମାତା ସହୋଦର

ଛାୟା ପରି କାୟା ଦିଏ ଅର୍ଦ୍ଧାଂଗିନୀ ସାଥୀ ଜନ୍ମ ଜନ୍ମାନ୍ତର ।

ରବିଙ୍କ ଦକ୍ଷିଣାୟନେ କମଳିନୀ ଝାସଦେଇ ହୁଏ ସତୀ

କେତେଦୂରେ ଚନ୍ଦ୍ର କାହିଁ କୁମୁଦିନୀ ଅଭେଦ୍ଯ ତାଙ୍କର ପ୍ରୀତି ।

କର୍ଣ୍ଣ ମହାବୀର ଦୁର୍ଯ୍ୟୋଧନ ସଖା ଲାଗି ଅନ୍ୟାୟର ସାଥେ

ମରଣକୁ ପଛେ ବରଣ କରିଲେ ଛାଡିଲେନି ଅଧା ପଥେ ।

ସାଥୀ ବିନା ନାହିଁ ଜୀବନର ମୂଲ୍ୟ ସାଥୀକୁ ଭୁଲିବା ନାହିଁ

ମିତ୍ରଦ୍ରୋହୀ ଗତି ନରକକୁ ହୁଏ- ଗୀତଟିଏ ମିତ ପାଇଁ ।


-ବିଶ୍ୱେଶ୍ୱର ମାଝୀ-

9437697161

majhibisweswar@gmail.com


Rate this content
Log in