ଆମ ପରିଚୟ ଦିଅ
ଆମ ପରିଚୟ ଦିଅ
ଆମ ପରିଚୟ ଦିଅ
ପର୍ଶୁରାମ ବିଶ୍ୱାଳ
ଯେ ରାଇଜେ ବଢ଼ି, ମରୁଡ଼ି, ବତାସ ଜଗାରେ କରିଛି ଘର
ସେଠି ତୋର ନୂଆ ବେଶ କଳେବର ଦେଖିବେ ଭକତେ ତୋର
ଖୁସିରେ ଠାକୁର ଭୁଲିଯିବୁ ନାହିଁ
ଓଡ଼ିଆ ପୁଅ ତୋହର ।
ଏଠି ଚଷାଭାଇ ଧାନ କିଆରୀରେ ଗାଉଅଛି ତୋର ଗୀତ
ତାଳ ଧରୁଅଛି ମୂଲିଆ ତା ସାଥେ ଭାବେ ଭୋଳ ତୋ ସଙ୍ଗୀତ
ତୋର ଦାଣ୍ଡେ ନୁହଁ, ଦୁନିଆଦାଣ୍ଡରେ
ତୋର ଜୟଜୟକାର ।
ହାଟରେ ହାଟୁଆ, ବାଟରେ ବାଟୋଇ ତୋର ନାମ ଗାଇଗାଇ
ନଯାଇ ବି ପୁରୀ ଯାଇଥିବା ସୁଖ କେ’ ପାଉଚି ଘରେ ଥାଇ
ଜଗନ୍ନାଥମୟ ହୁଏ ଏ ବ୍ରହ୍ମାଣ୍ଡ
ଦେଖୁଛୁ କଳାଠାକୁର ।
ପାଣି ଆଣିବାକୁ ଯାଉଅଛି ନଈ ଆମ କୁଳ-ସୀମନ୍ତିନୀ
ଗୁଣୁଗୁଣୁ ହେଇ ଗାଉଅଛି କେତେ ତୋର ସେ ଗୋପ କାହାଣୀ
ହଜିବୁ ମଜ୍ଜିବୁ ଭକତଭାବରେ
ତୋ ରଥେ ନନ୍ଦକୁମର ।
ଆଖିଲୁହ ପୋଛି ଅନାଥ ଆଶ୍ରମେ ଡାକୁଚନ୍ତି ପୁଅଝିଅ
ତୋର କଳେବର ନୂଆ ରୂପ ହେଲା, ଆମ ପରିଚୟ ଦିଅ
ଏତିକି କରୁଣା କଲେ ମହାପ୍ରଭୁ
ସଂସାରେ କରିବୁ ଘର ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****