Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Inspirational

3  

Abhakanta

Inspirational

ଅଧା ଖରା, ଅଧା ଛାଇ

ଅଧା ଖରା, ଅଧା ଛାଇ

1 min
14.1K


ଅଧା ଖରା, ଅଧା ଛାଇ

 

ଆଭାକାନ୍ତ ମହାନ୍ତି

 

ଅଧା ଖରା, ଅଧା ଛାଇ

       ଜୀବନର ରଙ୍ଗ ଏଇ

କେବେ ଉଡ଼େ, କେବେ ଝଡ଼େ

       ଗଡ଼େ ଅସହାୟ ହୋଇ । ୦ ।

 

ଉଡ଼ାଏ ଖଣ୍ଡିଆଭୂତ

       ଦେଖାଇ ଅଜଣା ପଥ

ହଜିଯାଏ ମିଛ-ସତ

       ଜଳିଉଠେ ଶେଷେ ଜୁଇ । ୧ ।

 

ସୁଖ-ଦୁଃଖ, ମୋହ-ମାୟା

       ହସ-କାନ୍ଦ, ଡର ଛାୟା

ଶାନ୍ତି, ଅବସୋସ ଯାହା

       ଯାଏ ସହସା ଉଭେଇ । ୨ ।

 

ତୋର-ମୋର, ୟା'ର-ତା'ର

       କ୍ଷଣିକେ ହୁଅଇ ଦୂର

ସରବ ଛନ୍ଦ ବେକାର

       ନିମିଷେ ସତ ହୁଅଇ । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in