Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Children

2  

Golak Bihari Sahoo

Children

ସବୁ ତୋରି ଲୀଳା

ସବୁ ତୋରି ଲୀଳା

2 mins
6.5K


ସବୁ ତୋରି ଲୀଳା 

          ସମୁଧି ! ଆମେ ସାତ ପୁରୁଷକୁ ବନ୍ଧୁ ବାନ୍ଧିବା । ବାହାରଲୋକଙ୍କ କଥାରୁ କ'ଣ ମିଳିବ ? ସେମାନେ ଚାହାନ୍ତି ଭଲ ଭୋଜି । ଭୋଜିଖାଇ ପାଟିପୋଛି ଯେଯାହାର ଘରକୁ ଯିବେ । ତେଣୁ ଆପଣ ଦେଖିଚାହିଂ ବରଯାତ୍ରୀଙ୍କୁ ଆଣିବେ । ଆଜିକାଲି ଯାହା ଦେଖୁଛେ, ମଦ ନପିଇଲେ ବରଯାତ୍ରୀଙ୍କୁ ବାହାଘର ଯାତ୍ରା କି ଭୋଜି ଭଲ ଲାଗେନି । ପୁଅର ବାପା କହିଲେ- ''ଆମ ସହରରେ ମଦଟା ସାଧାରଣ ଫେସନ । ମୋ ପୁଅର ସାଙ୍ଗମାନେ ଶିକ୍ଷିତ । ମଦ ପିଇଲେ ବି ନିଜ ନିଯନ୍ତ୍ରଣରେ ରହନ୍ତି । ତେଣୁ ସେଥିପାଇଁ କିଛି ଚିନ୍ତା କରିବେନି।'' 

          ବାହାଘର ବ୍ୟାଣ୍ଡପାର୍ଟି ବାଜା, ମଦର ବୋତଲ ଗଡାଗଡି, କାନଫଟା ଆତସବାଜି, ବ୍ୟାଣ୍ଡପାର୍ଟି ଗୀତ ସହ ନାଚ ପୁଅ ଓ ଝିଅଙ୍କର । ସମସ୍ତେ  ଧୁମ୍ ମଜିଗଲେ । କିଏ କାହାକୁ ନିଯନ୍ତ୍ରଣ କରେ? 

          କନ୍ୟା ଗାଁରେ ବରଯାତ୍ରୀ ପଶିଲେ । ନିଶା ତ ଚରମ ସ୍ଥାନକୁ ଉଠିଛି । କେତେଜଣଙ୍କ ଦେହରେ ଅଧା କପଡା । ଦାଣ୍ଡ ମାଟିରେ ଗଡାଗଡି । ଆକାଶକୁ ରକେଟ ବାଣ ଉଠି ପଡିଲା ଜଣକର ଚାଳଘର ଉପରେ । ଧୁଆଁମୟ । ଗାଁଲୋକେ ନିଆଁ ନିଆଁ ପାଟିକରି ବାଲ୍ଟିରେ ପାଣି ଓ ବାଲି ନେଇ ଦୌଡିଲେ ନିଆଁ ଲିଭାଇବାକୁ । କିଛିଲୋକ ଠେଙ୍ଗାବାଡି ଧରି ଦୌଡ଼ି ଆସିଲେ । ବରଯାତ୍ରୀଙ୍କୁ ଘେରି ଗଲେ । ତାପରେ ପିଟି ଚାଲିଲେ ଗାଈଗୋରୁଙ୍କୁ ପିଟିଲା ଭଳି । ଏ ଯାତ୍ରା ବରଯାତ୍ରୀଙ୍କ ଯାତ୍ରାର ମୋଡକୁ ବଦଳାଇ ଦେଲା । କିଛି ମୁରବୀଲୋକ ଆସି ବହୁକଷ୍ଟରେ ପରିବେଶକୁ ଥଣ୍ଡା କରାଇଲେ । 

          ହେଲେ ନିଶାର ତାତି ତ ଦେହରୁ ଯାଇନି । କନ୍ୟାଘରେ ପହଞ୍ଚୁ ନପହଞ୍ଚୁ ଅଧାଧିକ ବରଯାତ୍ରୀ ମାଟି ଉପରେ ଗଡିପଡିଲେ । ସେମାନଙ୍କ ନାଟକ ସେତିକିରେ ଶେଷ ହେଲା । ଆଉ କିଛି ବରଯାତ୍ରୀ ବୋଧେ ନିଜକୁ ନିଯନ୍ତ୍ରଣ ଭିତରେ ରଖିଥିଲେ । କହିଲେ- ''ଆମେ ବରଯାତ୍ରୀ ସହରରୁ ଆସିଛୁ । ଏ ଗାଉଁଲିଲୋକେ ବରଯାତ୍ରୀଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ଆମେ ଭୋଜି ଖାଇବୁ ନାହିଁ । ଯେଉଁଠି ସମ୍ମାନ ନାହିଁ ସେଇଠି ଖାଇବାକୁ କ'ଣ ଭଲ ଲାଗେ? ଏ ବାହାଘରକୁ ଢୋ, ଏ ଭୋଜି କୁ ଢୋ । କନ୍ୟାପିତା ଯେତେ ନେହୁରା ହେଲେବି କେହି କିଛି ଶୁଣିବା ଅବସ୍ଥାରେ ନ ଥିଲେ । ଜଣେ ବରଯାତ୍ରୀ କହିଲେ- ''ଆମକୁ ଶହେଟା ଲେମ୍ବୁ ଦରକାର । ଲେମ୍ବୁ ରସ ପିଇ ନିଶା ଖସିଲେ ଯାଇ ଭୋଜି ଖାଇବା କଥା ଚିନ୍ତା କରିବୁ ।'' କନ୍ୟାପିତା ହାତଯୋଡି କହିଲେ- ''ଏତେ ରାତିରେ ଶହେଟା ଲେମ୍ବୁ କେଉଁଠୁ ଆଣିବି? କ୍ଷମା କରନ୍ତୁ ।''  ବରଯାତ୍ରୀ ରାଗରେ ଧରିଥିବା କାଚଗ୍ଲାସକୁ ତଳେ କଚାଡି ଦେଲେ । 

          ଏଣେ ବ୍ରାହ୍ମଣ ପାଟି କଲେ । ଶୁଭଲଗ୍ନ ଗଡିଯାଉଛି । ବରକନ୍ୟାକୁ ବେଦିକୁ ଆଣନ୍ତୁ । କିଛି ମୁରବୀଲୋକ ବୁଝିଗଲେ ଯେ ବରଯାତ୍ରୀଙ୍କୁ ପ୍ରାଧାନ୍ୟ ଦେବା ବୋକାମି । ବେଦି କାମ ଆଗେଇ ଗଲା । ସକାଳୁ ବରକନ୍ୟା ବିଦାୟ ନେବାର ସମୟ । କନ୍ୟାପିତା କହିଲେ- ''ସମୁଧି, ମୋର କିଛି ଭୁଲ ହୋଇଥିଲେ କ୍ଷମା କରିବେ । ମୋ ଝିଅର କଥା ଆପଣଙ୍କୁ ଲାଗିଲା । '' 

          ବରପିତା କହିଲେ- ''ସମୁଧି, କାଲି ରାତିରେ ଯାହା ସବୁ ଘଟିଗଲା, ତାହା କାହାର ନିଯନ୍ତ୍ରଣରେ ନଥିଲା । ସବୁ ତାରି ଲୀଳା, ସେଇ ନାଲିପାଣିର ଲୀଳା ।'' 

 

 

 


Rate this content
Log in

Similar oriya poem from Children