ପରଜାପତି
ପରଜାପତି
ଉଡିଯାଏ ନିତି ମୁଁ ପରଜାପତି
ଫୁଲରୁ ଫୁଲକୁ ଡେଇଁ
ଯେତେ ନଦୀନାଳ ବନ ଉପବନ
ସବୁତ ମୋହରି ପାଇଁ ।
ନଦୀକୂଳ ଧାରେ ବାଡି ବଗିିଚାରେ
କରଇ ମୁଁ ବିିଚରଣ
ମନ ଥାଏ ଖୁୁସି ଉଡେ ହସି ହସି
ଲୋଡ଼ା ନାହିଁ ମୋର ଧନ ।
ଛାଡ଼ି ଅଭିମାନ ନିନ୍ଦା ଅପମାନ
ପିଏ ମୁଁ ଅମୃତ ଧାର
ରାଗ ଲୋଭ କ୍ରୋଧ କରେ ମୁଁ ବିରୋଧ
ମନେ ରଖି ସୁଵିଚାର ।
ଡାକୁ ଥିଲା ଟୁନା ହୋଇ ଏକମନା
ଆସରେ ପରଜାପତି
ଖାଇବାକୁ ଦେବି ପିଇବାକୁ ଦେବି
ରହିବୁ ତୁ ସୁଖେ ଅତି ।
କହିଲି ଯେ ମୁଁ ନା କିିିଛିନାହିଁ ଊଣା
ଯିବି ମୁହିଁ କାହିଁ ପାଇଁ
ଖୁୁସି ଅଛି ଏଠି ବୁଲୁଛି ସବୁଠି
ତୁମ ପାଇଁ ବେଳନାହିଁ ।
ଧନ୍ୟ ପ୍ରଜାପତି ଧନ୍ୟ କର୍ମ ପ୍ରୀତି
ଶିିିଖାଅ ମତେ ଏ ସିିିଦ୍ଧି
ଧରେ ତୁମ ପାଦ ଦିଅ ଆଶୀର୍ବାଦ
ଜାଗି ଉଠୁ ଶୁଭବୁଦ୍ଧି ।