Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

3  

Akshayakumar Dash

Inspirational

ଆତଙ୍କ

ଆତଙ୍କ

1 min
466


ଭୟରେ ବଞ୍ଚୁଛି ମଣିଷ

କେତେବେଳେ କେଉଁ ରୂପରେ ପହଁଚି

ଲକ୍ଷ୍ୟରେ କି ଅଲକ୍ଷ୍ୟରେ ଗ୍ରାସୁଛି ଜୀବନ ।

ଆଜିସକ।ଲେ ଦେଖାହୋଇଥିବା ବଂଦୁକର

ଖବର ପାଇଲି ଆଜିସନ୍ଧ୍ୟାରେ ବିଯୋଗ ,

କିଏ ମହାତ୍ମା ନୁହନ୍ତି ମରିବାକୁ ଡ଼ରିବେନି

କିଏ ଏମିତି ସ୍ୱାସ୍ଥ୍ୟରକ୍ଷା ମାନି ଚାଲୁଛନ୍ତି

ଯାହାକୁ ରୋଗ କେବେ ହୋଇନି ,

ଏପରିକି କିଏ ଅଛନ୍ତି ଯାହାକୁ ଚିନ୍ତା ନାହିଁ ,

ପ୍ରାୟ ଆମେ ନିଧିସ୍ଟ ବୃତ ଭିତରେ

ଜୀବନ ଚର୍ଯ୍ୟାରେ ବଂଚିଛେ

ଦୁଃଖ ସୁଖ ହାସକ।ନ୍ଦରେ ଚଳୁଛେ ।

ଫନି ପରି ଝଡ଼ ବା ବାଦଲ ଗର୍ଜନ

ଅଂଶୁଘାତ ବା ବିଦୂତଘାତ ସତର୍କ ରହିଲେବି

ବିପଦକୁ ଅଙ୍ଗେ ଲିଭେଉଛେ

ଯମ ସାଙ୍ଗେ ଲଢ଼ି ମୃତ୍ୟୁ ମୁଖରୁ ଖସିଆସିଛେ ।

ଆଜି ବଞ୍ଚି କାଲିକୁ କଣହେବ

ଜୀବନକୁ ବଂଚିବାର ପ୍ରତିଶୃତି ଦେଇପାରିବକି?

ରାତ୍ରିରେ ଶୋଇ ସକାଳରେ ମୃତୁର ଖବର

ବା ହୃଦଚାପ କି ଶର୍କରା କମି ଇଂସୁଲିଂନରୁ ଭୟ ପରେ

ଭୟରେ ବଂଚିଛେ, ଛଳନାରେ ଦାନ୍ତ ନିକୁଟୁଛେ ।

ବାଟ, ଘାଟ ,ଖାଦ୍ୟ ,ପେୟ ,ଭାଷା , ବିପଦ ସଙ୍କେତ

ଉପରେ ଝୁଲୁଛି ଖଡ୍ଗ ଖସିବାକୁ କ୍ଷଣେ

ତଥାପି ମେଦିନୀ କଂପେ ନାଗରଙ୍କ ରଣେ ।


ଆଜି ଶତ୍ରୁ ହୁଏତ କାଲି ମିତ୍ର

ଆଜି ହସ ହୁଏତ କାଲି ଶୃତି

ଆଜି ଶ୍ରଦ୍ଧା ହୁଏତ କାଲି ପ୍ରେମ

ନୂଆଜୀବନକୁ ଆଦରିଲେ

କ୍ରୋଧ ,ହିଂସା, କପଟର ବଳୟରୁ ଲେଉଟି ଆସିଲେ

ଆଖିରେ ଆଖି କୁ ଦେଖି

ହୃଦୟଜିଣିଲେ

ପ୍ରେମର ଦୁନିଆ ଖାଲି ପ୍ରେମ ପ୍ରେମମୟ

ମରିବା ବଂଚିବା କୁ ନରହିବ ଭୟ ।



Rate this content
Log in

Similar oriya poem from Inspirational