ଏଇତ ନିଜକୁ ଚିହ୍ନିଲି
ଏଇତ ନିଜକୁ ଚିହ୍ନିଲି
କି ମନୋରମ ଏ ସକାଳ,
ଅଚାନକ ଏତେ ନୂଆ କାହିଁ ଲାଗୁଛି
ସୂର୍ଯ୍ୟ କିରଣ ପଡି ଚକ୍ ଚକ୍ ଦିଶୁଥିବା
ଏ କାନ୍ଥ ବାଡ , ଚିମିନୀରୁ ଉଠୁଥିବା ଧୁଆଁ
ମୋତେ ମନଭରି ଉପଭୋଗ କରିବାକୁ ଦିଅ !
ରାସ୍ତା ଧାରେ ଫୁଲ ସଜା ଗଛ ପତ୍ର
ପାଖ ପଡ଼ିଆରେ ଶିଶୁଙ୍କ କୋଳାହଳ
ସବୁ ଆଜି କାହିଁ ନୂଆ ଲାଗୁଛି
ସବୁ କିଛି ତ ଥିଲା ଅଛି ବହୁତ ଆଗରୁ
ଏଇ ସହର, ଗଳି କନ୍ଦି, ପୋଖରୀ, ମନ୍ଦିର
ସବୁ ତ ମୋର କେବେଠୁ ନିଜର ତୁମେ ଜାଣ !
ଆଜି କାଇଁ ସବୁ ନୂଆ ନୂଆ ଲାଗେ ପୁଣି ଥରେ
ଭୁଲି ଯାଇଥିଲି ମୁଁ ,
ବ୍ୟସ୍ତ ଅଛି ବୋଲି ସାବ୍ୟସ୍ତ କରିବାକୁ ଯାଇ
ନିଜ ପାଖେ ନିଜେ ନିତି ହାରୁଥିଲି
ସବୁଠୁ ସୁଖୀ ବୋଲି ଭାବି ନିତି ଦୁଃଖୀ ହେଉଥିଲି !
ଆଜି ସତରେ ମୁଁ ବହୁତ ଖୁସି
ଆଖିରୁ ମୋହାନ୍ଧର ପୁଟୁଳିଟା ଖୋଲି ଦେଲି
ବଞ୍ଚିବି ମନ ଭରି ପ୍ରତ୍ୟେକ ମୁହୂର୍ତ୍ତକୁ
ମହାର୍ଘ ଭାବି, ମହାନ ଭାବି, ଶେଷ କ୍ଷଣ ଭାବି !