Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Romance

2  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ତଥାପି ଖୋଜୁଛି

ତଥାପି ଖୋଜୁଛି

1 min
6.5K



ଦଶରଥ ହେମ୍ବ୍ରମ୍

ଯେବେଠୁ ତୁମକୁ ସଞ୍ଜରେ ପାଇଲି

କଇଁର ହସ ଦେଖିଲି,

ସେଇ ଦିନଠୁ ତୁମ ଖୋଲା ପ୍ରେମର

ଗଭୀରତାକୁ ଛୁଇଁଲି ।। ୧।।


ପ୍ରତିଟି ମୁହୂର୍ତ୍ତରେ ଖୋଜେ ଏ ମନ

ତୁମ ନରମ ଛୁଆଁକୁ,

ପ୍ରତି ଛୁଆଁରେ କରିଦିଏ ପାଗଳ

ହଜିଯାଏ ମୁଁ ନିଜକୁ । ।୨।।


ତଥାପି ଖୋଜୁଛି ପ୍ରତିଟି ସପନେ

ତୁମ ଚୋରା ଚାହାଣୀକୁ,

ସଜେଇ ଲେଖୁଛି ପ୍ରତିଟି ଗୋପନେ

ତୁମ ଆମ କାହାଣୀକୁ ।।୩।।


ଅଳପ ଭାବନା ଦେଇଛି ହଜାଇ

ତୁମ ନୀଳିମା ଆଖିରେ,

ଅବୁଝା ମନ ଦେଇଛି ମୁଁ ବୁଝାଇ

ଅକୁହା ତୁମ କଥାରେ ।।୪।।


ତଥାପି ମନତ ଖୋଜୁଛି ତୁମକୁ

ଏକାନ୍ତ ନଈର ତୀରେ,

ମିଶ୍ରିତ ହସରେ ସ୍ବପ୍ନିଳ ଆଖିରେ

ମିଶିଯିବା ଆମେ ଧୀରେ ।।୫।।

***

ଭାରପ୍ରାପ୍ତ ଅଧିକାରୀ, ବେଲଘର ଥାନା, କନ୍ଧମାଳ ।।


Rate this content
Log in

Similar oriya poem from Romance