ସ୍ବାଗତ ଜଣାଏ ନୁଆ ବରଷ
ସ୍ବାଗତ ଜଣାଏ ନୁଆ ବରଷ
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା
ମୃଦୁ ପଦକ୍ଷେପେ ନୂପୁର ନିକ୍ବଣେ, ଆସିଗଲ ସିନା ତୁମେ ନୂଆ ବରଷ ।
କିପରି କରିବି ସମ୍ଭାଷଣ ତୁମ, ହୋଇ ନାହିଁ ମୁଁ ଯେ ଏଯାଏ ପ୍ରସ୍ତୁତ ।
ବର୍ଷ ବର୍ଷ ଧରି କେତେ ଥର ଆସି ଫେରିଲଣି, ରଖି ପାରି ନାହିଁ ତାର ହିସାବ ।
ଦେଇଥିବା ଗତ ପ୍ରତିଶ୍ରୁତି ରକ୍ଷା କରି ନାହଁ, ନୂତନ ଆଶା କିଏ କାହିଁ ରଖିବ ।
ବଦଳାଇ ଦିଅ କ୍ୟାଲେଣ୍ଡର ପୃଷ୍ଠା, ବଦଳାଇ ପାର ନାହିଁ କାହା ଭାଗ୍ୟ ରେଖା ।
ଯାହା ଲେଖା ଥିଲା ତାହା ରହିଅଛି ଓ ରହିଯିବ ନହୋଇ ଅନ୍ତର୍ହିତ ।
ପ୍ରତି ବର୍ଷ ଆସୁଅଛ, ଏ ବର୍ଷ ବି ଆସିଗଲ, କି ଅଛି ଏଥିରେ କୁହ ନୂତନତା ।
ମିଛ ହସ ହସି ସ୍ବାଗତ କରିବାକୁ, ଇଛ| ହେଉ ନାହିଁ ଦେଖେଇବାକୁ ଲୌକିକତା ।
କଅଣ ରଖିଅଛ ତୁମ ଗନ୍ତା ଘରେ, କାହା ପାଇଂ କୋଉ ପ୍ରକାରର ରହସ୍ୟ ।
ଭଲ କି ମନ୍ଦ କିଛି ଜଣା ପଡୁନାହିଁ ,ଦେଖିଲେ ତୁମ ଉଜ୍ଜଳ ମୁହଁର ସ୍ମିତ ହାସ୍ୟ ।
ଅପେକ୍ଷା କରିଥିଲେ ବି ତୁମକୁ, ଦେଖି ଟିକେ ବି ହୋଇ ପାରୁ ନାହିଁ ଆସ୍ବସ୍ତ ।
ତୁମ ତାଲିକାରେ ମୁଁ ନାହିଁ ଜାଣେ, ମୋ ପାଇଂ ନଥିବ କିଛି ଖୁସି ଅପ୍ରତ୍ୟାଶିତ ।
ଗଲା ବର୍ଷ ପରି ଏ ବର୍ଷ ବି ରହିଯିବ, ମନର ମୋର ଅନେକ ଅବଶୋଷ ।
ହୁଏତ ମେଣ୍ଟ|ଇ ପାରିବାକୁ, ତୁମକୁ କେବେ ମିଳିବ ନାହିଁ ଅବକାଶ ।
ତର ତର ହୋଇ ଯେମିତି ଆସିଛ, ସେମିତି ଫେରିଯିବ କରି ନିରାଶ ।
ବର୍ଷକର ମାତ୍ର ସାଥୀ ତୁମେ, କିପରି ରଖିବି ତୁମ ପରେ କୁହ ଏତେ ବିଶ୍ବାସ ।
ପୁଜାର୍ଚ୍ଚନା ପାଇଂ କାହିଁ ସଜାଡିବି କୁହ, ଧୂପ ଦୀପ ଦୁବ ଚନ୍ଦନ ଫୁଲ ।
ଦେଇ ପାରିବନି ଜାଣେ ମୋର ,ଏ ଆଦର ଅଭ୍ୟର୍ଥନାର ମୁଲ୍ୟ।
ତଥାପି ସ୍ବାଗତ ଜଣାଏ, ହୃଦୟ ତମ ପ୍ରଦେଶରୁ ତୁମକୁ ଗୋ ନୁଆବରଷ।
ମୋ ପାଇଂ ଆଣ ବା ନଆଣ, ଅନ୍ୟ କାହା ପାଇଂ ଆଣିବ ନିଶ୍ଚେ କିଛି ହରଷ ।
******************************************