Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

3  

Banali Dash

Others

ସ୍ୱପ୍ନ

ସ୍ୱପ୍ନ

1 min
6.8K


"ସ୍ୱପ୍ନ" ତୁମେ ଆସ ମୋ'ର କେଉଁ ଏକ

ଅଜଣା ସ୍ଥିତିରେ,

ଭରିଦିଅ ମନେ ମୋ'ର ନୂତନ ଉନ୍ମାଦନା

ଓ ଭାବପ୍ରବଣତା,

କେଉଁ ଏକ ଅଜଣା ପୁଲକେ।

ପ୍ରକୃତରେ ତୁମକୁ ବୁଝିବାଟା ,

ତୁମର ରହସ୍ୟ ଉନ୍ମୋଚନ କରିବାଟା,

ବହୁ କଷ୍ଟସାଧ୍ୟ ଦୁଷ୍ପାର ବ୍ୟାପାର;

କିନ୍ତୁ ତୁମେ ମୋ'ର ମନ ଇଲାକାକୁ ଜାବୁଡି ଧର,

କେଉଁ ଏକ ଅବଚେତନ ସ୍ଥିତିରେ,

ମସ୍ତିଷ୍କର ଦୁର୍ବଳତାରେ।

ସତେ ତୁମେ ନେଇଯାଅ ମୋ'ର ମନକୁ,

କେଉଁ ଏକ ଅଜଣା ରାଇଜେ,

ସଭିଙ୍କ ଅଗୋଚରକୁ;

ମୁଁ ଚେଷ୍ଟା କଲେ ବି ଉଦ୍ଭାବନ କରିପାରେନା,

ମୋ' ନିଜକୁ ଓ ମୋ'ର ସ୍ଥିତିକୁ।

ବୋଧହୁଏ ତୁମେ ଏକ ଐନ୍ଦ୍ରଜାଲିକ ସମ୍ମୋହନ,

ଭାବନାର ଦିଗନ୍ତ ବିସ୍ତାରୀ ନୀଳ ଅମ୍ବୁରାଶୀ,

ତୁମକୁ ନେଇ ହିଁ ଅନେକେ ବଳୀୟାନ ହୁଅନ୍ତି,

ଅଳ୍ପ କେହି ଧରାଶାୟୀ;

କିନ୍ତୁ ତୁମେ ଜାବୁଡି ଧର ସଭିଙ୍କୁ ,

କେଉଁ ଏକ ଅଜଣା ପୁଲକେ।


Rate this content
Log in