Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Drama

4.9  

ବି. ନିରୁପମା

Action Drama

ଭସ୍ମ ହେବ କୋପାନଳେ

ଭସ୍ମ ହେବ କୋପାନଳେ

1 min
505



ଏଡ଼େ ମନ୍ଦ କର୍ମ କଲା କେ ଅଜ୍ଞାନ

ମୋ ଅର୍ଦ୍ଧାଙ୍ଗ ଦେଲା ନାଶି,

ସୁକୋମଳା ଅତି ପ୍ରାଣପ୍ରିୟା ସତୀ

ଆଉ କି ମିଳିବେ ଆସି ।


କେତେ ପରକାରେ ବୁଝାଇ କହିଲି

ନ ମାନିଲେ ଦେବୀ ମନା ,

ବିନା ନିମନ୍ତ୍ରଣେ ବାପଘର ବୋଲି

ଧାଇଁ ଆସିଥିଲେ ସିନା ।


କିଏ ସେ ପାଷଣ୍ଡ ଦେଲା ତାଙ୍କୁ ଦଣ୍ଡ

ଝିଙ୍ଗାସି କହିଲା ବାଣୀ ,

ମୋର ଅପମାନ ନିନ୍ଦା କଥାମାନ

ଶୁଣି ହୃଦ ହେଲା ହାଣି ।


' ଦେହଧରି ରହି ନ ପାରିବି ସହି

ଏତେ ନିନ୍ଦା ପରିହାସ ',

କହି ମହାସତୀ ଅନଳ ଗରଭେ

ଦେଇଦେଲେ ପରା ଝାସ ।


ଅନବରତ ଯେ ତପ କରି କରି

ମୋତେ ପାଇଥିଲେ ବରୀ ,

ସେଇ ସତୀଙ୍କର ଅମୂଲ୍ୟ ଜୀବନ

ଅବେଳରେ ଗଲା ସରି ।


ଏ ଜଡ଼ ଶରୀର ଅତିପ୍ରିୟ ମୋର

ତେଣୁ ଧରିଅଛି କୋଳେ ,

ଯେଉଁ ଅବିବେକ ଦେଇଅଛି ଶୋକ

ଭସ୍ମ ହେବ କୋପାନଳେ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in