Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

3  

Bhakta Malla

Inspirational

ନିରେଖି ଚାହାଁ

ନିରେଖି ଚାହାଁ

1 min
7.0K


ନିରେଖି ଚାହାଁରେ ମନ

ନିରେଖି ଚାହାଁ -

ନିଜ ପରି କିଏ ତୋତେ

ଘୁରାଉଛି ଅକ୍ଷ ପଥେ -

ଦେଖାଇ ରାହା ।

ରେ ମନ ! ନିରେଖି ଚାହାଁ ।

ଶୂନ୍ୟରୁ ଜନମ ତୋର

ଶୂନ୍ୟେ ବିଲୟ -

ଧନ୍ୟ ତୋ ମାନବ ଜନ୍ମ

ମାନବ ଦେହ,

ଏ ଦେହ ଛାଡିଲେ କେହି

ନ ହେବେ ସାହା -

ରେ ମନ ! ନିରେଖି ଚାହାଁ ।

ପାପ ପୂଣ୍ୟ ଭଲ ମନ୍ଦ

କର୍ମ ଅକର୍ମ -

ବାଛୁ ସିନା ଜଗତରେ

ଧର୍ମ ଅଧର୍ମ ,

ଭେଦା ଭେଦ ତୁଟି ଗଲେ

ମିଳିବ ରାହା -

ରେ ମନ ! ନିରେଖି ଚାହାଁ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ ।


Rate this content
Log in

Similar oriya poem from Inspirational