Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଆମେ ବରଗଛ ଥୁଣ୍ଟା

ଆମେ ବରଗଛ ଥୁଣ୍ଟା

1 min
6.6K


ଆମେ ବରଗଛ ଥୁଣ୍ଟା

 

ପର୍ଶୁରାମ ବିଶ୍ୱାଳ

 

ଖେଳନା ଗାଡ଼ି ମୁଁ କିଣିଲିରେ ଜଗା ଅଡ଼ିବସିଲା ମୋ ପୁଅ

ପାଠ ପଢ଼ି ବଡ଼ ଅଫିସର ସିଏ, କୁଣ୍ଢେ ମୋଟ ହେଲା ଧିଅ

ଜାଣି ମୁଁ ନଥିଲି ଭୁଲିଯିବ ଧନ

ତା ବାପା-ମାଆର ସ୍ନେହ ।

 

ସତସତିକା ସେ ଗାଡ଼ି କିଣାହେଲା, ଥୁଆହେଲା ଦାଣ୍ଡ ଆଗେ

ପାଣି ଢାଳି ଧୂଳି ଝାଡ଼ି ସଫା କରି ପୋଛିଚି କେତେ ମୁଁ ବାଗେ

ଦିନେହେଲେ ସେଇ ଗାଡ଼ିରେ ବସିନୁ

ଏକଥାଟି ମିଛ ନୁହଁ ।

 

ସେ ଗାଡ଼ିରେ ବସି ବୁଲନ୍ତି ମୋ ନାତି-ନାତୁଣୀ ଲାଗଇ ଖୁସି

ମନ୍ଦିର, ବଜାର ଯା’ନ୍ତି ପୁଅ-ବୋହୂ ସେ ଗାଡ଼ିରେ ହସିହସି

ଘର ଜଗିଥାଉ ଆମେ ଦି’ପରାଣୀ

ସେକଥାକୁ ନାହିଁ ଲୟ ।

 

ଦିନେ ସେ ଗାଡ଼ିରେ ବସେଇଲା ପୁଅ ନେଇ ଆମ ହାତ ଧରି

ବେଡ଼ିଂ ବସ୍ତାନି କିଛି ପୂରେଇଲା ଆମକୁ ସେ ନପଚାରି

ଛାଡ଼ିଦେଲା ନେଇ ଜରା ନିବାସରେ

ଇଏ କି ବିଚାର କହ !

 

ଆହେ ଜଗନ୍ନାଥ ! ଆମ ପୁଅ-ବୋହୂ ଗୋଡ଼ରେ ନଲାଗୁ କଣ୍ଟା

ଆମ ପାଇଁ ଯାହା କଲେ ଚିନ୍ତା ନାହିଁ, ଆମେ ବରଗଛ ଥୁଣ୍ଟା

ପାଠ ପଢ଼େଇଚୁ, ସଂସ୍କାର ଦେଇନୁ

ଇଏ ତା’ର ପରିଚୟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in