Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

5.0  

Sukanti Hotta

Inspirational

କଲମଟିଏ ମୁଁ କଲମଟିଏ

କଲମଟିଏ ମୁଁ କଲମଟିଏ

1 min
436


ମଣିଷ ହାତର କଣ୍ଢେଇଟିଏ ମୁଁ

ସତମିଛ ଲେଖୁଥାଏ

ସମ୍ପର୍କକୁ ଭାଙ୍ଗି ସମ୍ପର୍କକୁ ଗଢ଼ି

ମନର ବେଦନା କାଳିରେ ଧରି

ଅବିଶ୍ରାନ୍ତ ଚାଲୁଥାଏ l


କଲମ ଟିଏ ମୁଁ କଲମ ଟିଏ..........


ପିଲା ଠାରୁ ବୁଢ଼ା ସଭିଙ୍କ ପାଖରେ

ଅତି ଆଦରରେ ଥାଏ

ସୃଷ୍ଟିର ରଚନା ସୃଷ୍ଟିର ସର୍ଜନା

ଭାବନା କଳ୍ପନା ସତ୍ୟ ଘଟଣା

ମୋ ମୁନରେ ଲେଖା ହୁଏ l


କଲମଟିଏ ମୁଁ କଲମଟିଏ.........


ଖଣ୍ଡାଠାରୁ ବି ଅତି ଶକ୍ତିଶାଳୀ

ମନ ମୋର କିଛି ନାହିଁ

ଜ୍ଞାନୀ ଅଜ୍ଞାନୀ ସଭିଙ୍କ ରାଣୀ

ସଭିଙ୍କ ହୃଦୟେ ଥାଏ

ସଭିଙ୍କର ପୂଜା ପାଏ l


କଲମ ଟିଏ ମୁଁ କଲମ ଟିଏ.........


ଯା ପାଶେ ରୁହେ ତା କଥା ମାନି

ତା ହାତେ ନାଚୁଥାଏ

ପ୍ରେମ ଆଉ ପ୍ରତାରଣା କଥା

ନିତିନିତି ଲେଖୁଥାଏ

ହସୁଥାଏ କାନ୍ଦୁଥାଏ l


କଲମଟିଏ ମୁଁ କଲମଟିଏ l


ଜାତିଧର୍ମ ମୁଁ ମାନେ ନାହିଁ ଜମା

ରଙ୍ଗବେରଙ୍ଗ ମୋ ଦେହଟିଏ

କାଗଜକୁ ଦେଖି କୁରୁଳି ଉଠି

ବନ୍ଧୁ ପ୍ରେମରେ ବାନ୍ଧି ହୁଏ

ଚିର ସାଥିହୋଇ ରହିଥାଏ l


କଲମ ଟିଏ ମୁଁ କଲମ ଟିଏ............


Rate this content
Log in

Similar oriya poem from Inspirational