ଜୀବନ ଗୀତା - ୨୧୪
ଜୀବନ ଗୀତା - ୨୧୪
1 min
13.1K
ଜୀବନ ଗୀତା - ୨୧୪
ଗୀତା ଷଡ଼ଙ୍ଗୀ
ତମାମ ଆୟୁଷ ଅକୁଳାନ ହୁଏ
ଜୀବନକୁ ଜାଣିବାକୁ,
ସାରାଟା ସମୟ ଖୋଜିବୁଲୁଥାଏ
ଉତ୍ତର ସେ ପାଇବାକୁ ॥୦॥
ହଟଚମଟରେ ହଜିଯାଏ କେବେ
କେବେ ଭୂଇଁ ଦରାଣ୍ଡଇ,
ପାଦତଳର ମୁଠାଏ ମାଟିରେ
ଏକା ସେ ଠିଆ ହୁଅଇ,
ଜୀବନ ଖେଳଇ ଖେଳ
ହାରେନାହିଁ ମନୋବଳ,
ମାଟିମାଆ କେବେ ଦିଏନାହିଁ ତାକୁ
ଏକା ଭାଙ୍ଗିପଡିବାକୁ ॥୧॥
ଆଖିତଳର ଆଞ୍ଜୁଳାଏ ସ୍ୱପ୍ନ
ମନେ ଭରେ ଜିଜିବିଷା,
ମୁଠାଏ ମାଟିର ସ୍ନେହ ମମତା
ବଢାଇଦିଏ ତା ଆଶା
ତଥାପି ଜୀବନ-ଜିଜ୍ଞାସାରେ ସିଏ
ଭଲପାଏ ହଜିବାକୁ ॥୨॥
*****