ପ୍ରକୃତି କନ୍ୟା
ପ୍ରକୃତି କନ୍ୟା
ପ୍ରକୃତି କନ୍ୟା
ପ୍ରକୃତି ରାଜ୍ୟର ସେ ଯେ ପାଳିତା କନ୍ୟା
ସୌନ୍ଦର୍ଯ୍ୟରେ ଯେବେ ଆସିଲା ବନ୍ୟା।
ଛଳନାର ପ୍ରତୀକ ସେ ମୃଣ୍ମୟୀ ନେତ୍ର ଦ୍ୱୟ
କେଉଁ ମୁହୂର୍ତ୍ତରେ ଆସେ ନାହି ତାର ସମୟ।
ଅଗ୍ନୀ ଜ୍ୱାଳା,ବାୟୁ ଝଡ ଅବା ରୌଦ୍ର ତାପ
ମହୀମଣ୍ଡଳେ ଯେ ଅଛି ସବୁ ତାର ପ୍ରେମିକ।
ବଳିଷ୍ଠ ସୈନ୍ୟ ସାମନ୍ତଙ୍କୁ ଧରିଚାଲେ ସଙ୍ଗେ
ମସାଲ୍,ସହିତ ପୁଣି ଶଙ୍ଖ ଧ୍ୱନି ଶୁଭେ।
ରାଜଜେମା ଅବତୀର୍ଣ୍ଣ ହେଲେ ଧରା ପୃଷ୍ଠେ
ଟିପ୍ ଟିପ ଘୁଙ୍ଗୁରର ପ୍ରତିଧ୍ୱନି ଶୁଭେ ସ୍ପଷ୍ଟେ।
ତୁମ ସ୍ପର୍ଷେ ଭୂମଣ୍ଡଳେ ପ୍ରକମ୍ପିତ ବାସ୍ନା
ତୁମେ ଆସି ମେଣ୍ଟେଇଲ ମୃତକର ତୃଷ୍ଣା ।
ତୁମେ ପରା ପ୍ରୀତି ପଦ୍ମା କବି ଲେଖନୀର
କୃଷକର ଅନ୍ନଦାତ୍ରୀ,ସଙ୍ଗିନୀ ନଦୀର।
ପ୍ରକୃତିର ତୁମେ ହେଲ ଅନନ୍ୟ ପ୍ରତିମା
ମୋ ସଙ୍ଗେ ଏ କେମନ୍ତ କଲ ପ୍ରିୟତମା।
ନଭ ରାଜ୍ୟର ମୁଁ ସିନା ରାଜକୁମାର
ତୋ ବିନା କେମନ୍ତ ବଞ୍ଚିବ ତୁମ ଦିବାକର।
ତୁମେ ଛାଡି ଯାଅ ଯେଉଁ ପ୍ରେମର ପ୍ରତୀକ,
ସାତ ରଙ୍ଗ ଟାଣି କହେ ମୁଁ ତୁମ ପ୍ରେମିକ।
ତୋ ବାଟକୁ ଚାହିଁ ଚାହିଁ ଆଗୋ ପୀୟଷି
ଜଳି ଜଳି ବଂଚୁଛି ମୁଁ ତୋ ପାଇଁ ତରଷି।
ଶୁଣି ଯାଅ ସଖି ମୋର ଆଉ କ୍ଷଣେ ରହିଜା
ତୁ ଆସିଲା କ୍ଷଣେ ମତେ ଘଉଡାଉ କିଆଁ।
ରକ୍ତ ରଂଜିତ ହୋଇ ରହିଛି ମୁଁ ଆଜ ପ୍ରାୟ,
ନା ହୋଇ ପାରୁଛି ମୁଁ ଅସ୍ତ, ନା ମୁଁ ଉଦୟ।
ମୁଁ ହେଲି ପ୍ରକୃତର ଅନନ୍ୟ ତନୟା
ମୋ ଭାଗ୍ୟରେ ନାହି ପ୍ରେମର ପ୍ରତି ଛାୟା।
ଉନ୍ମୁକ୍ତ ମଳୟ ଆଜି ଦେହେ ବାଜି ମୋର
ମନେ ପକାଇ ଦିଏ ମତେ ମୁଁ ନୁହେଁ କାହାର।
ଛଦ୍ମରୂପି ମୁଁ ଅଦିନାମେଘ ମୋ ନା,
ସୂର୍ଯ୍ୟ ସାଥେ ପ୍ରେମ ଏକ ମରୀଚିକା ଯାହା।
ହେ ମୋର ପ୍ରିୟବର କରିଦେବ କ୍ଷମା
ତୁମର ହୋଇ ପାରିବନି ପ୍ରକୃତି ରାଜଜେମା।
ସ୍ମରଣ ଅଛି ମୋର ଅନ୍ୟନାମ ବୃଷ୍ଟି
ତୁମ ଦାଉଁରୁ ଉଧାରିବାକୁ ହିଁ ମୋର ସୃଷ୍ଟି।
ମୋର ନା ଜନ୍ମ ନା ମୃତ୍ୟୁ,ମୁଁ ଯେ ଲକ୍ଷ୍ୟହୀନା,
ଖାଲି ଏତିକି ମୋ ପରିଚୟ ମୁଁ ପ୍ରକୃତି କନ୍ୟା ମୁଁ ପ୍ରକୃତି କନ୍ୟା॥।rm
ପରମିତା ମିଶ୍ର ବେଂଗଲୁରୁ-47 8050874550