Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramit Mohapatra

Others

2  

Pramit Mohapatra

Others

ହାଏରେ ମୋ’ ପାୱାର ଚଷମା -୮

ହାଏରେ ମୋ’ ପାୱାର ଚଷମା -୮

1 min
6.8K


ସକାଳ ପହରୁ ପଡ଼େ କାକର,

ଭଲ ଲାଗେ ଖାଲି ଘର ଭିତର,

ରହିଥାଏ ଖାଲି ସାଲଟେ ଘୋଡ଼ି,

ମନେ ପଡ଼ୁଥାଏ ଗରମ ମୁଢି ।

ଚାହା ପିଇବାକୁ ମନ ଯେ ବାଇ,

ଚାହାର ପ୍ରସ୍ତୁତି କରିବା ପାଇଁ,

ରୋଷ ଘରେ ମୁଁ ଯେ ହେଲି ପ୍ରବେଶ

ଚାହାପତ୍ତି ସେ ଯେ କେଡ଼େ ସୁବାସ ।

ଶିତୁଆ ସକାଳ ନିସ୍ତେଜ ମନ,

ଚାହା ପିଇବାକୁ ଏଣେ ଉଚ୍ଚ୍ହନ୍ନ,

ଚାହା କପଟିକୁ ଧରି କନାରେ,

ଚାହା ଡେକଚିକୁ ଖାଲି ହାତରେ !

କାହିଁରେ ଯୌବନ ହେଲୁ ଉଭାନ,

ତୋତେ ଝୁରେ ଆଜି ଏ ବୁଢା ମନ,

ଦିଶେ ନାହିଁ ଭଲ ବୟସ ଦୋଷ,

କାହା ଉପରେ ମୁଁ କରିବି ରୋଷ ।

ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in