Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Children Stories Others

2  

Sangeeta Barik

Children Stories Others

ବୁଲାକୁକୁର

ବୁଲାକୁକୁର

1 min
124



ଧୁ ଧୁ ଟାଣ ଖରାବେଳରେ,

କୁକୁରଟି ଥିଲା ତାଟି ବାହାରେ ।

ଖୋଲିଦେଲେ ଅଜା ତାଟିକୁ ଆସି,

ଭିତରକୁ ସିଏ ଆସିଲା ପଶି ।

ପିଣ୍ଡାକଡେ ଆସି ବସିଲା ସିଏ,

ସଁ ସଁ ହୋଇ ଧକଉଥାଏ ।

ଅଜା ଦେଲେ ପାଣି ସଢେଇ ଭର୍ତ୍ତି,

କୁକୁରଟି ପିଇ ହୋଇଲା ଶାନ୍ତି ।

"କାହିଁକି ଦେଉଛ" ନାତିର ପ୍ରଶ୍ନ,

ଅଜା ବୁଝେଇଲେ କରି ଯତନ ।

"ଆମ ପରି ଏକ ଜୀବଟି ସିଏ,

ସଭିଙ୍କ ଦାଣ୍ଡରେ ଜୀବନ ଜୀଏଁ ।

ଆମ ପାଶେ ଅଛି ସୁନ୍ଦର ଘର,

ଗୄହହୀନ ସିଏ ବୁଲାକୁକୁର ।

କ୍ଷୁଧା ତୃଷ୍ଣା ସବୁ ଦେହେ ତା ଅଛି,

ସେନେହ ଆଦର ସବୁ ଜାଣିଛି ।"

ଲାଞ୍ଜଟି କୁକୁର ହଲେଇ ଦେଲା,

ଅଜା ଗୋଡେ ଆସି ମୁଣ୍ଡ ଘଷିିଲା ।

ଅଜା ଆଉଁସିଲେ ମୁଣ୍ଡ ତାହାର,

ନାତି ଦେଖୁଥିଲା ସ୍ନେହ ଆଦର ।


Rate this content
Log in