ପଥ କାହିଁ
ପଥ କାହିଁ
ପଥ କାହିଁ ପଥ କାହିଁ
ପଥ ଦିଶେ କାହିଁ
ଆସିଥିଲି ଯାହାକୁ ମୁଁ ବତୀଘର ଭାବି
ଦେଖିବାକୁ ଆସିଥିଲି
ଭବିଷ୍ୟର ଛବି
ଦୁରୁ ଦୂର ଯିବା ପାଇଁ
କରିଥିଲି ଇଚ୍ଛା
ଥିଲା ସେତ ଭ୍ରାନ୍ତ ମୋର
ଆଲୋକ ନୁହେଁ ସେ ଥିଲା
ମିଥ୍ୟା ପ୍ରହେଳିକା ।
ଯାହା ତାହା ଅରଜିଲି
ଯାହା ମୁଁ ହାରିଲି
ଲେଉଟାଣି ପଥେ ଯେବେ ଫେରିବା ଚାହିଁଲି
ମାୟା ମୋତେ ଗ୍ରାସି ନେଲା ବାଟେ
ହୁଡିଲି ମୁଁ ପଥ
ଲକ୍ଷ ଭାବି ଅପରାଧେ ଖୋଲି ଥିଲି
ଜିଅଲ କବାଟ
ପଥ କାହିଁ ପଥ କାହିଁ
ପଥିକ ବା କାହିଁ
ବନ୍ଦୀ ହେଲି ମାୟା ପଥେ
ଅପଥରେ ଯାଇ ।
ପଥ ନାହିଁ ପଥ ନାହିଁ
ପଥ ଆଉ ନାହିଁ
ଅସତ୍ୟର ପଥିକର
ଲେଉଟାଣି ନାହିଁ
ଏବେ ଖୋଜୁଛିନା
ଲେଉଟାଣି ପଥ
ଅସ୍ତିତ୍ଵର ଶେଷ ଅଙ୍ଗୀକାର
ସତ୍ୟ ଅଛି ସେଠି
ଚାଲିବାକୁ ହେବ
ଯିବି ମୁହିଁ ସେଠାବକୁ
ଡୁବୁଥିବା ଅସତ୍ୟର ସ୍ଵାକ୍ଷରଟେ ହୋଇ ।