Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Abstract Inspirational Others

5.0  

BISWESWAR MAJHI

Abstract Inspirational Others

ନୂଆ ହରିହର ଭେଟ

ନୂଆ ହରିହର ଭେଟ

2 mins
7K


ଜଗନ୍ନାଥ ଥରେ ବୁଲି ଆସିଥିଲେ ଭୂବନେଶ୍ୱର୍ ହୋଇ ସଜ

ଭବାନୀ ମଲ୍ ରେ ଭେଟ ହୋଇଗଲେ ମହାପୁରୁ ଲିଙ୍ଗରାଜ ।

ଭଲମନ୍ଦ ପଚାରିଲେ ଜଗନ୍ନାଥ ଭୋଳା ଦିଅନ୍ତି ଉତ୍ତର

କଂକ୍ରିଟ୍ ଜଂଗଲ ହୋଇଗଲାଣି ଏ ସବୁଜ ଭୁବନେଶ୍ବର ।

ସ୍ମାର୍ଟ ସିିିିଟିର ପାଣିପାଗ ଯାହା ରାଜନୀତି ଉବୁଟୁବୁ

ଛକି ବସିଛନ୍ତି କିଏ କେତେବେଳେ କାହାକୁ କରିବେ କାବୁ ।

ତୁମେ ତ ବସିଛ ବଡଦେଉଳରେ ରତ୍ନ ସିଂହାସନ ପରେ

ନୀତି ଭିଡ ତମ ବଡ ଦେଉଳରେ କିଏବା ମତେ ପଚାରେ ।

ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ

ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ ।

ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ

ବେଲପତ୍ର ଖାଲି ଚୋବାଉଛି ମୁହିଁ ଖାଇବାକୁ ନାହିଁ ଥୋଡ ।

ବିନ୍ଦୁସାର ଜଳ ଶୁଖିଯାଉଅଛି ଗାଧୋଇ ପାରୁନି ମୁହିଁ

ଅନ୍ତ ବାସୁଦେବ ପ୍ରସାଦ ବାଣ୍ଟନ୍ତି ମୋ କଥା ଭାବନ୍ତି ନାହିଁ ।

କାର୍ତିକା ବସୁନି ମୟୁର ବାହନେ ଖୋଜୁଛି କରିସ୍ମା ପଲସର

ପାର୍ବତୀ ଜମାରୁ ଷଣ୍ଢରେ ବସୁନି ଦର୍କାର ଆକ୍ଟିଭା ପ୍ଲେଜର ।

ଗଣେଷ କାର୍ତ୍ତିକ ଝଗଡା କରନ୍ତି କିିଏ ସାନ କିିିିଏ ବଡ

ବାହନ ତାଙ୍କର ବଡିିିମା ଦେଖାନ୍ତି ସିଂହ ଦେଖାଏ ଅକଡ ।

ବୃଷଭ ମୋ ଡରେ ପାର୍ବତୀଙ୍କ ସିଂହ କାଳେ ଗିଳି ଦବ ତାକୁ

ମୂଷାଟା ବସିକି ଚୁଟୁରୁ ଚୁଟୁରୁ କାଟେ ବାଘ ଛାଲଟାକୁ ।

ମୟୁରକୁ ଦେଖି ମୋ ଅଣ୍ଟାରେ ସାପ ଭିଡି ମୋଡି ଯଦି ହେଲା

ଡର ଲାଗେ ଭାରି ବାଘଛାଲ କାଳେ ଖସି କରିବ ଲଙ୍ଗଳା ।

ଯାଚି ବରଦିଏ ପ୍ରଚାର ବୋଲି ମୋ ସବୁଦିନେ ନାହିଁ ଭିଡ

କାମ ପଡିଗଲେ ଭକ୍ତ ମୋର କରେ ରୁଦ୍ରାଭିଷେକର ରଡ ।

ଭକ୍ତ ମୋର ଯେତେ ଭାରି ମତଲବି ଅଫିସରଠୁ ଅର୍ଦଳି

ଗୁହାରି କରନ୍ତି ଲାଞ୍ଚ ଦେଇ ମୋତେ ଅଛଡ଼ା ଆନ୍ଧ୍ର କଦଳୀ ।

କହନ୍ତି ଶିବହେ ଦୟା ରଖିଥିବ ରୋକିବ ମୋ ଟ୍ରାନ୍ସଫର

ଛୁଆପିଲା କେହି ଚଳି ପାରିବେନି ଛାଡି ଏ ଭୁବନେଶ୍ଵର ।

ଜାଗରରେ ଚତୁର୍ଦ୍ଦଶୀ ସୋମବାର ସଙ୍କ୍ରାନ୍ତିରେ ଠେଲାପେଲା

ଶ୍ରାବଣ ମାସରେ କାଉଡିଆ ଭିଡ ଶୋଇ ପାରୁନାହିଁ ଭଲା ।

ଗଣେଷ ଫାଦର କାର୍ତ୍ତିକ ଫାଦର ଡାକନ୍ତି ଚିଲମ ମାରି

ଡିଜେ ବଜେଇକି କାନ ମୋ ଫଟାନ୍ତିି ଯାଆନ୍ତି କି ମୁଁ ମରି !

ଏଇଥିରୁ ତୁମେ ଜାଣି ପାରିବ ମୋ କେମିତି ଚଳେ ସଂସାର

ଜଗତର ନାଥ ହୋଇ ପଚାରୁଛ ମତେ ପୁଣି କି ଖବର !

ଚାହାଟେ ଯାଚନ୍ତି ପକେଟ୍ ମୋ କଣା ଭଲହେଲା ଭେଟାଭେଟ

ବେଳ ହେଲେ ଟିକେ ବୁଲି ଆସନ୍ତନି ମୋ ଲିଙ୍ଗରାଜ ମଠ ।

ଜଗା କହୁଛନ୍ତି ମୋ ଦୁଃଖ କଥା ଶୁଣି ପାରିବକି ଭାଇ

ହାତଗୋଡ ନାହିଁ ଟଣା ଭିଡା ହୋଇ ରଥଯାତ୍ରା କରେ ମୁଁହି ।

ପଣ୍ଡା ଉପଦ୍ରବ ଦିନୁ ଦିନ ବଢେ ସହି ହେଉନାହିଁ ଆଉ

ମୋ ସ୍ୱର୍ଣ ଭଣ୍ଡାର ଊଣା ଦେଖି ତାଙ୍କ ସୁନାହାର ଦାଉଦାଉ ।

ହୁଣ୍ଡିକୁ ମୋହର ଚଳୁ କରୁଛନ୍ତି ଭକତକୁ ମାଡ ଦେଇ

ଦେଖ ତିରୁପତି କି ସୁଖେ ଅଛନ୍ତି ହୁଣ୍ଡି ତାଙ୍କ ପୁରୁଥାଇ ।

ରଥରେ ମୁଁ ବସେ ମୋତେ ଘେରିଥାନ୍ତି ଅଠ୍‌ଚାଳିଶ ଇଞ୍ଚ ଛାତି

ଦୟିତାପତିଏ ପଣ୍ଡାଙ୍କଠୁ ବଳି ଦେଖାନ୍ତି ତାଙ୍କ ଶକତି ।

ମିଳି ମିଶି ସବୁ ଚଳୁ କରୁଛନ୍ତି ନେତାଠାରୁ ବିଲଡର୍

ଆତଙ୍କବାଦୀଏ ଟାର୍ଗେଟ କରନ୍ତି ଶିରୀ ମନ୍ଦିରକୁ ମୋର ।

ପଥର ଖସୁଛି ଦେଉଳରୁ ମୋର ଆଇଏସ୍ ଆଇ ଦିଏ ଚିଠି

ମନ୍ଦିର ଭାଙ୍ଗିଲେ ଦାୟି ରହିବୁନି ସର୍କାର ଦେଖାଏ ପିଠି ।

ଲକ୍ଷ୍ମୀ ଋଷି ତା’ର ଅଲଗା ରହୁଛି ସଂସାର ସୁଖ ମୋ କାହିଁ

ନିଜ ଆଖିରେ ତ ଦେଖିଯାଅ ଥରେ ପୁରୀ ବୁଲିଆସ ଭାଇ ।

ସବୁ ଭକ୍ତ ଏଠି ବିକଳେ ଧାଆନ୍ତି ସୁଆର୍ଥ ଯେଉଁଠି ଥାଇ

ଜଗନ୍ନାଥ କିଏ କିଏ ଲିଙ୍ଗରାଜ ଯଦି ମତଲବ ନାହିଁ ।


Rate this content
Log in

Similar oriya poem from Abstract