Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ସୂର୍ଯ୍ୟ ଦେବତା

ସୂର୍ଯ୍ୟ ଦେବତା

1 min
292



ଦୂରୁ ମୁଁ କରୁଛି କୋଟି ପ୍ରଣାମ

ଘେନ ହେ ସୂର୍ଯ୍ୟ ଦେବତା ।

ତୁମ ଭଳି ଦେବ ନାହିଁ ଏ ଜଗତେ

ତୁମେ ହିଁ ପ୍ରକୃତ ଦାତା ।

ତୁମ ଉପସ୍ଥିତି ବିନା ଏ ପୃଥିବୀ

ହୋଇଯିବ ଛାରଖାର ।

ସାତ ଦିନ ଧରି ଉଦୟ ନ ହେଲେ

ମୋଟେ ମିଳିବନି ଆହାର ।

ଅର୍ଣ୍ଣ ବସ୍ତ୍ର ଜଳ ଯାବତୀୟ ବସ୍ତୁ

ମିଳିଥାଏ ତୁମ ଦୟାରେ ।

ସହସ୍ର ଗୁଣର ଅଧିକାରୀ ତୁମେ

ଚଳାଉଛ ପ୍ରାଣୀ ସୁଖରେ ।

ତମ ଦୟା ବିନୁ କିଛି ନ ମିଳଇ

ଆଦେଶରେ ଯାହା ମିଳେ ।

ଆଦେଶ ବିନା ଦିଶେ ନାହିଁ ମେଘ

ପତ୍ରଟିଏ ବି ନ ହଲେ।

ତୋ ପ୍ରଚଣ୍ଡ ଉତ୍ତାପେ ନାଶ ଯା'ନ୍ତି କୀଟ

ଦୁଃଖ ରୋଗ ହୁଏ ଦୂର ।

ଅବଶ୍ୟ ଗରମ ହୁଅଇ ପ୍ରବଳ

ମନ ହୁଅଇ ଅସ୍ଥିର ।

ତୁମ ନିୟମରେ ଚାଲନ୍ତି ସଭିଏଁ

ତୁମେ ଯେ ଚଳନ୍ତି ଦିଅଁ ।

ତୁମ ବିନା କିଏ ନାହିଁ ଏ ଜଗତେ

ସର୍ବ ଦୁଃଖ ହରି ନିଅ।

*******

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।


Rate this content
Log in