Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଗାଆଁ ପୋଖରୀରେ ଫୁଟୁଥିଲା ପଦ୍ମ

ଗାଆଁ ପୋଖରୀରେ ଫୁଟୁଥିଲା ପଦ୍ମ

1 min
6.4K


ଗାଆଁ ପୋଖରୀରେ ଫୁଟୁଥିଲା ପଦ୍ମ

 

ପର୍ଶୁରାମ ବିଶ୍ୱାଳ

 

କାଳିଆରେ ଥରେ ବୁଲି ତୁ ଦେଖିଯା’ ଓଡ଼ିଶା ଶିକ୍ଷା ରାଇଜ

ଅଛି ଘରବାଡ଼ି, ନାହିଁ ପାଠପଢ଼ା ସରବଶିକ୍ଷାର କାର୍ଯ୍ୟ

ପରୀକ୍ଷା କେନ୍ଦ୍ରଟି ଯେମିତି ବି ଚାଲୁ

କପି ହବା ଅନିବାର୍ଯ୍ୟ ।

 

କପି କରି ପୁଅ କରିବ ପାଆସ, ବିଚାରେ ଅଭିଭାବକ

ଯିମିତି ବି ହେଉ ପ୍ରଥମ ଶ୍ରେଣୀଟା ପାଇବ ମୋ ପୁଅ ହକ

ପରୀକ୍ଷା ପୂର୍ବରୁ ଦେଖିବୁ ଠାକୁର

କପି ପାଇଁ ସଜବାଜ ।

 

ଖଜୁରିଗଛର କି ଗୁଣ ଗାଇବି, ଇଏ ସର୍ବଶିକ୍ଷା କଥା

ମାଷ୍ଟର ପାଉଚି ତାଲିମଟି ଏଠି, ନାହିଁ ପଢ଼ାର ବ୍ୟବସ୍ଥା

କାଗଜ-କଲମେ ଚାଲେ ସବୁ ଏଠି

କହୁନି କେ କଥା ମଞ୍ଜ ।

 

ମଧ୍ୟାହ୍ନଭୋଜନ ସରକାରୀ ଦାନ ପାଲଟିଚି ପ୍ରହସନ

ଗୁଣାତ୍ମକ ଶିକ୍ଷା ପାଇଁରେ କାଳିଆ ନାହିଁଟି କାହାରି ଧ୍ୟାନ

ଦଣ୍ଡମୁକ୍ତ କରି ବିଦ୍ୟାଳୟ ଗୋଟି

ବିଶୃଙ୍ଖଳିତ ସମାଜ ।

 

ଗାଆଁ ପୋଖରୀରେ ଫୁଟୁଥିଲା ପଦ୍ମ, ଆଉ ସେ ଫୁଟିବ ନାହିଁ

ଗ୍ରାମାଞ୍ଚଳ ଏଠି ହୁଏ ମୂର୍ଖାଞ୍ଚଳ, ଏଇ ଶିକ୍ଷାନୀତି ପାଇଁ

କି ପାଠ ପଢ଼ିବେ ଆମ ପିଲା ଏଠି

ନିଇତି ପାଳନ୍ତି ରଜ ।

 

ପିଲା ମୁରବୀକି ବୁଝେଇ କହିଦେ’ ଆରେ ମୋ କଳାଠାକୁର

କପି ଛାଡ଼ିଦେଇ ପାଠେ ମନ ଦେଲେ ପିଲାର ହବ ମଙ୍ଗଳ

ରାଇଜ ମଙ୍ଗଳ ଦେଶର ମଙ୍ଗଳ

କଥାଟିକି ଟିକେ ହେଜ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in