Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ଜଗନ୍ନାଥ ତୁ କଳା ହେଲୁ କାହିଁକି

ଜଗନ୍ନାଥ ତୁ କଳା ହେଲୁ କାହିଁକି

1 min
7.2K


ଜଗନ୍ନାଥ ତୁ କଳା ହେଲୁ କାହିଁକି

ଷୋହଳ କଳାରେ ପୁରିଲେ ଶରୀର

କଳା ହୁଏ ବୋଲି ପାଇଁ କି

ଜଗନ୍ନାଥ ତୁ----

କଳା ଶ୍ରୀ ମୁଖରେ ନାଲି ନାଲି ଓଠ

କଳାକୁ କମଳା ଖୁସି କି

ଜଗନ୍ନାଥ ତୁ---

ଷୋହଳ କଳାରେ ଶ୍ରେଷ୍ଠ ବୋଲି କଳା

ସେଥିପାଇଁ କଳା ହେଲୁ କି

ଜଗନ୍ନାଥ ତୁ--

କଳା ରଙ୍ଗ ଠାରେ ମୋହ କି ରହିଛି

କଳା ମୁହଁ ନେଲୁ କାହିଁକି

ଜଗନ୍ନାଥ ତୁ---

କଳା ରଙ୍ଗ କରେ କେତେ ହୀନିମାନ

ସଂସାରେ ଆଦର ଅଛି କି

ଜଗନ୍ନାଥ ତୁ--

କଳା ମୁହଁ କେଶ କଳାପ କପିଶ

ଫିକା ପଡିଯାଏ ନାହିଁ କି

ଜଗନ୍ନାଥ ତୁ---

ବଡଠାକୁର ବଳ କଳା କବଳ

କଦନ ସେପାଇଁ ନାହିଁ କି

ଜଗନ୍ନାଥ ତୁ---


କାଳିଆ ରଙ୍ଗରେ କଳୁଷ କି ଯାଏ

କଳା ହେଲୁ ସେଥିପାଇଁ କି

ଜଗନ୍ନାଥ ତୁ---

ତୋ ରଙ୍ଗ ଦେଖିଲେ ଭୋକ ଶୋଷ ଭୁଲେ

କାଳିଆ ରହସ୍ୟ ଏହିକି

ଜଗନ୍ନାଥ ତୁ---

ଡାକ ତୋ କାଳିଆ ଅମୃତ ଭଳିଆ

କହିଦେଲେ ସତେ ପାଏ କି

ଜଗନ୍ନାଥ ତୁ---

ବନ୍ଦ ହୋଇ ଘରେ କଳା କରି ହେଲ

ବିଶ୍ଵକର୍ମା ଜାଣେ କାହିଁକି

କଳାର ରହସ୍ୟ ରହିଛି ଘେରରେ

କହିଦେଲେ ଯିବ ନାହିଁ କି

ଜଗନ୍ନାଥ ତୁ----

ପ୍ରଶାନ୍ତ କୁମାର ହୋତା 


Rate this content
Log in