Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Others

2.5  

sasmita sahu

Others

ପୌଢ଼ା ପ୍ରେମିକା

ପୌଢ଼ା ପ୍ରେମିକା

1 min
7.1K


ଖାସ୍ ତୁମରି ପାଇଁ

ଭୋର ଜହ୍ନର ନରମ ହାତରେ

ରୁପା କଲମଟିଏ

ଏ ତ ନୁହେଁ,

ଫ୍ରକ ପିନ୍ଧା ଝିଅର ଅସଜଡ଼ା ପ୍ରେମ

ଯାହା ସ୍ବରରେ ତ୍ରସ୍ତ ସମ୍ବେଦନା

ଏ ବି ନୁହେଁ,

ଯୌବନର ସୁଗନ୍ଧିତ କାବ୍ୟରସ

ଚୋରାପ୍ରେମର ଚାପା ହସ

ଏ---

ବିଶ୍ୱାବସୁର ଅନାବିଳ ପ୍ରେମ

ନିଶିଗନ୍ଧାର ମୃଦୁ ସୌରଭ

ହଡାଵଳଦର ଅଲୋଡା ଜୀବନେ

ତୁମେ ହିଁ ତ

ଅଣଲେଉଟା ସୂର୍ଯ୍ୟଦୋୟ

ଥାଇପାରନ୍ତି ଆଜି ତୁମ

ମନ୍ଦିର ବେଢାରେ ଅନେକ ପ୍ରଜାପତି

ତୁମ ଗହଗହ ପରିବେଶେ

ହେଇଥାଇପାରେ--

ମୁଁ ପଢ଼ା ସରିଥିବା ଖବର କାଗଜ ଖଣ୍ଡିଏ

ହେଲେ ତୁମେ ଦେଖିପାରୁନ

ଠୁଙ୍ଗାରେ କେତେଯେ ଭର୍ତ୍ତି

ସବୁଜ ଵଣର ମୃଦୁ ଜଣାଣ।

-ସସ୍ମିତା ସାହୁ


Rate this content
Log in