Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଯୋଗଟି ଇମିତି ଅମୂଲ୍ୟ ସମ୍ପଦ

ଯୋଗଟି ଇମିତି ଅମୂଲ୍ୟ ସମ୍ପଦ

1 min
7.1K


ଯୋଗଟି ଇମିତି ଅମୂଲ୍ୟ ସମ୍ପଦ

 

ପର୍ଶୁରାମ ବିଶ୍ୱାଳ

 

ନନ୍ଦିଘୋଷେ ଥାଇ କହୁଚି କହ୍ନେଇ ଆରେ ମୋ ଓଡ଼ିଆ ପୁଅ

ଡାକ୍ତରୀ ଔଷଧ ଛାଡ଼ିଦେଇ ଧନ ଚେରମୂଳୀ ଆଶ୍ରା ନିଅ

ସକାଳ-ସଞ୍ଜରେ ନିତି କର ଯୋଗ

ଭଲ ରହିବ ତୋ ଦିହ ।

 

ଚରକ, ଶୁଶ୍ରୁତ କିଏ କେତେ ଲେଖିଚନ୍ତି ଚେରମୂଳୀ କଥା

କୋଉ ରୋଗ ଭଲ ନହବ ସେଥିରେ, ତେବେ କିଆଁ ତୋର ଚିନ୍ତା

ଡାକ୍ତରୀ ଔଷଧ ଖାଇ ନୂଆ ରୋଗ

କିଣୁଛୁ କାହିଁକି କହ ?

 

ପୁଦିନା ଯେ ଆମ୍ବ, ରସୁଣ, ପିଆଜ କେତେ କେତେ ଗଛଲତା

ଔଷଧୀୟ ଗୁଣ ଭରି ରହିଅଛି ତୋ ବାଡ଼ିଘରେ ସାଇତା

ତା’ର ଉପଯୋଗ କରି ତୁ ପାରିଲେ

ନାହିଁ ବୃଥା ଖର୍ଚ୍ଚ ଭୟ ।

 

ଦଅଶ ଜାଗାରେ ଦଶହଜାର ତୁ ଖରଚ କରୁଚୁ ଧନ

ସେକଥା ହବନି ଯଦି ତୁ ପାଇବୁ ଦେଶୀ ଔଷଧର ଜ୍ଞାନ

ତୁ ଭଲେ ରହିବୁ, ରାଇଜ ମଙ୍ଗଳ

ହବନାହିଁ ଅପବ୍ୟୟ ।

 

ଯୋଗଟି ଇମିତି ଅମୂଲ୍ୟ ସମ୍ପଦ, ତାକୁ ତୁ କଲେ ନିଜର

ବିନା ପଇସାରେ ଭଲ ହବ ରୋଗ, ଇଏ ବଡ଼ ଚମତ୍କାର

ସ୍ୱାସ୍ଥ୍ୟ ହିଁ ସମ୍ପଦ ଭାବନା ଗୋଟିକୁ

ଭୁଲିବୁନି ଜମା ପୁଅ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in