ଜୀବନ ଗୀତା-୨୭୨
ଜୀବନ ଗୀତା-୨୭୨
ଜୀବନ କେବେ ସୋରିସୋରି
ଆଲୁଅର ରଙ୍ଗଶାଳା
ପୁଣି କେବେ ସେ ଛାଇଛାଇ
ଅଂଧାରର ପାନଶାଳା ॥୦॥
ଜୀବନ କେବେ ଧନ୍ୟ
କେବେପୁଣି ପଣ୍ୟ
କିଣାବିକା ଚାଲିଥାଏ
ରାତି ହେଉ ଦିନ
ଜୀବନ କେବେ ଧାଡିଧାଡି
ଛବିଭରା ବର୍ଣ୍ଣମାଳା ॥୧॥
ଜୀବନ କେବେ ଆଶା
କେବେ ସେ ହତାଶା
ଝଡରେ ଦୋହଲୁଥିବା
ଚଢେଇର ବସା
ଜୀବନ କେବେ ନlଲିନେଳି
ରଂଗଭରା ଚିତ୍ରଶାଳା ॥୨॥