ପ୍ରଚ୍ଛନ୍ନବେଶୀ
ପ୍ରଚ୍ଛନ୍ନବେଶୀ
ଆପଣା ଗୁଣ ଜାଣି ନର ॥ ହେବାକୁ ସମ୍ପନ୍ନ ସୁନ୍ଦର
ଲୁଚାଏ ଆପଣାର ଗୋତ୍ର ॥ ରଙ୍ଗାଏ ହୀନ ଯେ ଚରିତ୍ର
ରଙ୍ଗାଏ ଯେହ୍ନେ ବିଶ୍ୱପ୍ରାଣ ॥ ରଙ୍ଗ ବିରଙ୍ଗ ଯେତେ ବର୍ଣ୍ଣ
ଆନ ଯେତେକ ମନ୍ଦଭାବ ॥ ଥାପଇ ଷଡ୍ଡର୍ଶୀ ସ୍ୱଭାବ
ଛନ୍ଦ କପଟ ମନ୍ଦ ବଳେ ॥ ଆଣଇ ସାଧୁସଙ୍ଗ ମେଳେ
ତା’ପରେ ଯେହ୍ନେ ପାଏ ବଳ ॥ ଛାଡ଼ିବାକୁ ମର୍ତ୍ତ୍ୟ ମଣ୍ଡଳ
ଈଶ୍ୱର ବୋଲି ଭାବ ହୋଏ ॥ ଇତର ସ୍ପର୍ଦ୍ଧା ବୃଦ୍ଧି ପାଏ
...
-ପ୍ରଭୂ