ଜୀବନ ଗୀତା- ୮୨
ଜୀବନ ଗୀତା- ୮୨
1 min
6.9K
ଜୀବନ ଗୀତା- ୮୨
ଅଢେଇ ଦିନର ଜୀବନରେ ଉଠେ
ଅଣଚାଷ ଝଡ କେତେ
ଲିଭାଇ ଦେବାକୁ ଜୀବନର ଦୀପ
ମାଡିଆସେକି ସେ ସତେ ॥୦॥
ହରାଭରା ଜୀବନରେ କେବେ ପାଟଳ
ପତ୍ରଝରା କାହାଣୀ
ହୀରା ନୀଳା ମୋତିରେ ଜୀବନ ଉଜ୍ଜଳ
କେବେ ଅମା ରଜନୀ
ଅଢେଇ ଦିନର ଜୀବନ ନାଟକେ
ଭରିଥାଏ ରଙ୍ଗ ଏତେ ॥୧॥
ଦୁକୁଦୁକୁ ଜୀବନର ମାଟି ଦୀପରେ
ଦରଜଳା ସଳିତା
ଲିଭୁଲିଭୁ ଲେଖିଦିଏ କଳା ଅକ୍ଷରେ
ଜୀବନର କବିତା
ଜୀବନ ଦୀପର କବିତାରେ ଫୁଟେ
ବେଦନାର ଭାଷା ଯେତେ ॥୨॥