Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଜଗନ୍ନାଥ ହେ ତୁମେ ତୁମକୁ ସାହା

ଜଗନ୍ନାଥ ହେ ତୁମେ ତୁମକୁ ସାହା

1 min
6.2K


ଜଗତର ନାଥ ତୁମେ

ବଡ ଠାକୁର ।

ଠିକଣା ତୁମର

ବଡ ଦେଉଳ

ନାଁ ଯାହାର ଶ୍ରୀମନ୍ଦିର ।

ନିଳଚକ୍ରରେ ଉଡେ

ତୁମ ବାନା ପତିତପାବନ

ହୋଇ ଫରଫର ।


ତୁମ ଦାଣ୍ଡ ତ ବଡଦାଣ୍ଡ,

ତୁମ ବାଇଶି ପାହାଚ

ସାମ୍ନାରେ ଗରୁଡ଼ ସ୍ତମ୍ଭ ।

ତୁମ ଚକାଚକା ଆଖିରେ

ସବୁ ଦେଖୁଛ,

ମହାପ୍ରସାଦ ଖାଇ

ସବୁ ଜାଣୁଛ ।


ପୂର୍ବରୁ ତ ସବୁ

ଠିକ୍ ଠାକ୍ ଥିଲା

ଯେହେତୁ ସେବାୟତଙ୍କର

ରାଜାଙ୍କ ପ୍ରତି

ପ୍ରାଣର ଭୟ ଥିଲା ।

ତୁମ ମନ୍ଦିରର

ପରିଚାଳନା ଭାର

ଯେବେଠୁ ସରକାରଙ୍କ

ହାତକୁ ଗଲା

ସେବେଠୁ ସବୁ

ବିଶୃଙ୍ଖଳା ସୃଷ୍ଟି ହେଲା ।


ସେବାୟତଙ୍କ ଦୌରାତ୍ମ୍ୟରୁ

ତୁମ ଘଟ ପରିବର୍ତ୍ତନ

ନିଶାର୍ଦ୍ଧରେ ନହୋଇ

ସ୍ପଷ୍ଟ ଦିବାଲୋକରେ ହେଲା ।

ବାରମ୍ୱାର ତୁମ

ନୀତି କ୍ରାନ୍ତିରେ କରି ବିଭ୍ରାଟ

ସାରା ଦିନ ତୁମକୁ

ରଖନ୍ତି ଉପାସ ।


ସେବାୟତଙ୍କୁ କରି ଧରାଧରି

କିଛି ଦାମିକା ଭକ୍ତ

ବେଶ୍ ସୁବିଧା ଲୁଟିବାରେ

ସିଦ୍ଧହସ୍ତ ଅଟନ୍ତି ।

ଆଉ କିଛି ନିରୀହ ଭକ୍ତ

ସେମାନଙ୍କ ଠାରୁ

ନିଧୂମ ମାଡ ଗାଳି ଖାଇ

ତୁମ ସାମ୍ନାରେ

ହୁଅନ୍ତି ହାତାହାତି ।


କିଛି ସେବାୟତ

ଏମିତି ବି ଭଣ୍ଡ ଅଛନ୍ତି

ଝିଅ ବୋହୁ ମାନଙ୍କୁ

ଶୋଷଣ କରିବା ସହ

ଖରାପ ବ୍ୟବହାର

ଦେଖଇବାକୁ ସୁଯୋଗର

ଅପେକ୍ଷାରେ ଥାଆନ୍ତି ।

ନେତା, ପ୍ରଶାସକ ଓ ସେବାୟତ

ନିଜ ସୁବିଧା ଓ ସ୍ଵାର୍ଥକୁ

ଦୃଷ୍ଟରେ ରଖି

କେତେବେଳେ ମିଶିଯଆନ୍ତି ତ

ପୁଣି ଅଲଗା ହୁଅନ୍ତି ।


ତୁମ ରତ୍ନ ଭଣ୍ଡାର ଚାବି

କୁଆଡେ ଯାଏ ହଜି

କେହି ପାରନ୍ତିନି ଜାଣି ।

ଶ୍ରୀ ମନ୍ଦିରରେ ଏବେ

ଅଣ ହିନ୍ଦୁ ପ୍ରବେଶ ପ୍ରସଙ୍ଗ

ଜୋର୍ ଧରିଛି

ସେଥିରେ ସାରା ଦୁନିଆ

ପଡୁଛି ଉଠୁଛି ।


ଏବେ ମାନ୍ୟବର

ଉଚ୍ଚତମ ନ୍ୟାୟାଳୟରେ

ଶୁଣାଣି ଚାଲିଛି

ସେଇଠି ହେବ କୁଆଡେ

ସବୁର ଫଇସଲା ।

ଜଗନ୍ନାଥ ହେ

ଏବେ ତୁମେ

ତୁମକୁ ହିଁ ସାହା ।


ତୁମେ ତ ବିଶ୍ଵବାସୀଙ୍କ

ଆରାଧ୍ୟ ଦେବତା

ଆଉ ବି କୁଆଡେ

ବିଶ୍ୱବ୍ରହ୍ମାଣ୍ଡର

ସର୍ବମୟ କର୍ତ୍ତା ।


ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in