Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବନ୍ଦେ ଭାରତ ଜନନୀ

ବନ୍ଦେ ଭାରତ ଜନନୀ

1 min
7.0K


କାଶ୍ମୀର ଭାରତ ମାତାର ଶିରରେ ଶୋହେ ମୁକୁଟ ପୂର୍ବୋତ୍ତର ସୋନି ସପତ

ଭଗିନୀ ବେଣୀ ପରି ସୁଲମ୍ବିତ ।

ପଂଜାବ ଯାହାର ସମୁନ୍ନତ ଶିର ଦିଲ୍ ଧରିଛି ଦିଲ୍ଲୀ

ହରିୟାନା ଠାରୁ ଆନ୍ଧ୍ର ପରିଯନ୍ତେ ପଣତ ଯା ହରିୟାଲି ।

ଉତ୍ତର ପ୍ରଦେଶ ପ୍ରଶସ୍ତ ଯା ବକ୍ଷ ହିମାଚଳ ମଥାମଣି

ଉତ୍ତରାଂଚଳର ତୀକ୍ଷ୍ଣ ଜଳ ଧାର ନାସିକା ର ଭ୍ରମ ଜାଣି ।

ରାଣା ପ୍ରତାପର ଭୂମି ରାଜସ୍ଥାନ ବାଜୁବଂଧ ବିରାଜଇ

ମଧ୍ୟ ପ୍ରଦେଶ ଯା କଟିର କିଂକିଣୀ ରୁଣୁ ଝୁଣୁ ବାଜୁଥାଇ ।

ନେତାଜୀ ପଟେଲ ପରି ବାହୁ ଦୁଇ ବଂଗାଲ ଗୁଜୁରାଟ

ଝାଡଖଣ୍ଡ ତଥା ଓଡିଶା ଖଣିରେ ଭରା ପୂର୍ଣଗର୍ଭା ମାତ ।

ନାରିକେଳ ଭରା କେରଳ ନୂପୁର ନିକ୍ୱଣ ପଦେ ମାତାର

କନ୍ୟାକୁମାରୀରେ କୋମଳ ଚରଣ ପ୍ରକ୍ଷାଳେ ମହାସାଗର ।

ଶୀବାଜୀ ରାଇଜୁ ବୀରତାର ବାଣୀ କର୍ଣାଟକେ ଝଂକାରେ

ମୈଶୁର ବୀର ଟିପୁ ସୁଲତାନ ନିଜାମ ତେଲେଂଗାନାରେ ।

ଧରମାଶୋକର ବିହାର୍ 'ସତ୍ୟମେବ ଜୟତେ' ଯେଉଁଠି ଲେଖା

ତାଂଜାଭୁର କରେ ତାମିଲନାଡୁର ଦ୍ରାବିଡ ସଭ୍ୟତା ବାଖ୍ୟା ।

ଶ୍ରୀଶଂକର ଗଢା ଚାରିଧାମ କାଶୀ ରାମେଶ୍ବର ବଦ୍ରିନାଥ

ଶ୍ରୀପୁରୁଷୋତ୍ତମ ମହକେ ବିଶ୍ଵରେ ବିଜେ ଯହିଁ ଜଗନ୍ନାଥ ।

ଯେଉଁ ଦେଶ ଦାନ ବିଶ୍ଵ ସଭ୍ୟତାକୁ ଶୁନ ଠାରୁ ଯେତେ ସଂଖ୍ଯା

ବୀଜଗଣିତର ଗହନ ବ୍ୟାପାର ଭାରତୀୟ ଶିରେ ଆଖ୍ୟା ।

ମହେଂଜୋଦାରୋର ପ୍ରାଚୀନ ସଭ୍ୟତା ହିମାଳୟ ଯାର ମାନ

ବେଦୋପନିଷଦ ବାଣୀ ଝଂକୃତ 'ସର୍ବେ ଭବନ୍ତୁ ସୁଖିନ' ।

ଗୋ ଗଂଗା ଗାୟତ୍ରୀ ମାତା ଜ୍ଞାନ ଯହିଁ ପୂଜା ଦେଶ ମାତୃକାର

'ବଂଦେ ମାତରମ୍' ଗାଇବା ତ୍ରିରଂଗା ତଳେ ହୋଇ ନତଶିର ।


-ବିଶ୍ଵେଶ୍ୱର ମାଝୀ-

9437697161

majhibisweswar@gmail.com


Rate this content
Log in