Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kulamani Sarangi

Others

2  

Kulamani Sarangi

Others

ନେତୀ ବାପାର ଦୁଃଖ

ନେତୀ ବାପାର ଦୁଃଖ

1 min
7K


ମାଲୁଆ ମାଲିଆ ନ’ହଜାର କୋଟି

ଚଳୁ କରିଦେଇ ଛୁ…..

ତା’ ହେୟାର କିଏ ବଙ୍କା କରିବାକୁ

ନାହାନ୍ତି ଲୋ ନେତୀ ବୋଉ ।

ମୋ ବଳିଆ ଭାଇ ଚାଷ କାମ ପାଇଁ

ଲକ୍ଷେ ରୁଣ କଲା ବୋଲି

ସାହୁକାର ଆଣି ପୁଲିସ ତା’ଘରେ

କରିଲା ବେଜିତ୍ ଗାଳି ।

ତା ସହି ନପାରି ମୋ ବଳିଆ ଭାଇ

ପିଇଲା କୀଟନାଶକ

ମରିଯାଇ ତରିଗଲା ଏ ଦେଶର

ସେ ଅନ୍ନଦାତା ଜଣକ ।

କୁମ୍ଭୀର କାନ୍ଦଣା ତା’ଉପରେ କେତେ

କାନ୍ଦୁଛନ୍ତି ରାଜନେତା

ସରକାର କହୁଛନ୍ତି କରିଦେବୁ

ଆମେ ସବୁ ଏନ୍ତା ସେନ୍ତା ।

ତା’ ପରିବାରର ବୋଝ ଉଠେଇବ

କିଏ ନେତ ବୋଉ କହ

କୋଟି କୋଟି ରୁଣକରି ଆନନ୍ଦରେ

ବସିଛି ମାଲିଆ ପୁଅ।


Rate this content
Log in