Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bikesh Sahu

Romance Tragedy

2  

Bikesh Sahu

Romance Tragedy

ମରିନି ଏଯାଏଁ ବଞ୍ଚିଛି

ମରିନି ଏଯାଏଁ ବଞ୍ଚିଛି

1 min
6.9K


ମୁଁ ଅଛି ପ୍ରିୟା ତୁମରି ଭିତରେ

ମରିନି ଏ ଯାଏଁ ବଞ୍ଚିଛି...

ତୁମ ନିଶ୍ଵାସରେ ନିଏ ମୁଁ ନିଶ୍ଵାସ

ହୃଦୟରେ ତୁମ ରହି

ତୁମ ହୃଦୟର ସ୍ପନ୍ଦନ ସାଥିରେ

ସ୍ପନ୍ଦନ ମିଶାଇ ଦେଇ....

ତୁମରି ଆଖିରେ ଦେଖୁଛି ଦୁନିଆ

ହସୁଛି ଓଠେ ତୁମରି

କାନ୍ଦିଲେ ତୁମେ ତୁମରି ଆଖିରେ

ଲୁହ ହୋଇ ଯାଏ ବୋହି....

ରାଗିଗଲେ ତୁମେ ଶାନ୍ତ କରିଦେବି

ପ୍ରୀତିର ସଙ୍ଗୀତ ଗାଇ

ଅଭିମାନୀ ପ୍ରିୟା ଅଭିମାନ କଲେ

ତୁମକୁ ନେବି ମନେଇ...

ମୁଁ ଅଛି ପ୍ରିୟା ତୁମରି ଭିତରେ

ମରିନି ଏ ଯାଏଁ ବଞ୍ଚିଛି...... ।


Rate this content
Log in