Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ରହିଛି ଆମ ହାତେ

ରହିଛି ଆମ ହାତେ

1 min
6.7K


ରଶ୍ମୀ ରଞ୍ଜନ ସାହୁ



ଭାବରେ ପିଲେ ମନରେ ତୁମେ

ପ୍ରାଚୀନ କାଳ କଥା,

ସେତେବେଳର କେଉଁ ଯନ୍ତ୍ରରେ

ପଠାଉ ଥିଲେ ବାର୍ତ୍ତା ?

ଯାଉତ ଥିଲେ ଦଉଡି କରି

ଅବା ପାଦରେ ଚାଲି,

ବାର୍ତ୍ତା ଦେବାକୁ ଦୂର ବାଟକୁ

ଘୋଡା ଉପରେ ଚଢି l

ପଠାଉଥିଲେ ପାରା ଦ୍ଵାରାଟି

ଅନ୍ୟ ପାଖକୁ ଚିଠି,

ଚିଠି ପାଇଲେ ଦେଉ ଥିଲେଟି

ତା’କୁ ଚାଉଳ ମୁଠି l

ହୋଇଲା ଯେବେ ଡାକ ବ୍ୟବସ୍ଥା

ସବୁ ଲୋକଙ୍କ ପାଇଁ,

ଦୂରେ ଥାଇବି ଖୁସି ହୋଇଲେ

ଘରୁ ଚିଠିଟି ପାଇ l

ତା’ପର ଯୁଗ ଟେଲିଫୋନର

ପରେ ତା’ ମୋବାଇଲ,

ଯେଉଁଠି ଥିଲେ ବାର୍ତ୍ତା ପାଇବା

ନୁହେଁଟି ମୁସ୍ କିଲ୍ l

ହେଲାଣି ଏବେ ଭିଡିଓ କଲ୍

ଦୂରକୁ କରେ ପାଖ,

ଟେଲିଭିଜନ ରେଡିଓ କହେ

ସମ୍ବାଦ-ସୁଖ/ଦୁଃଖ l

ଆମରି ଯୋଗାଯୋଗ ବ୍ୟବସ୍ଥା

ଆଗେଇଲାଣି କେତେ,

ଲାଗେ ଯେମିତି ସାରା ପୃଥିବୀ

ରହିଛି ଆମ ହାତେ l


Rate this content
Log in