Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Romance Others

2  

Raja Sekhar CH V

Romance Others

ଫୁଟାଣି ଝିଅ

ଫୁଟାଣି ଝିଅ

1 min
166


ଫୁଲେଇ ଝିଅ ତ ମାରନ୍ତି ଫୁଟାଣି,

ଭାବନ୍ତି ନିଜକୁ ରାଜ୍ୟ ମହାରାଣୀ |୧|

ଫୁଲେଇ ହେଲେ ବଢ଼େ ପ୍ରେମିକର ଚାହାଣି,

ଯାହା ସବୁ ପ୍ରେମିକ-ପ୍ରେମିକାଙ୍କ ଜଣା କାହାଣୀ |୨|

ଫୁଟାଣି ମାରି ମାରି ରୂଷିବେ ରାଗିବେ ପୁଣି,

ପ୍ରିୟତମ ଯାଆନ୍ତି ତାଙ୍କ ପାଇଁ ଉପହାର ଆଣି |୩|

ପ୍ରଣୟୀ ଭୁଲି ଯାଆନ୍ତି ଯେ ଟଙ୍କା ଗଣି,

ପ୍ରେମିକା ଯେହେତୁ ପ୍ରେମିକଙ୍କର ମଉଡ଼ମଣି |୪|

ମନେ ମନେ ଭାବନ୍ତି ନିଜକୁ ଯେ ଅମୁଲ୍ୟ ମଣି,

ଅଲୌକିକ ସ୍ୱପ୍ନଲୋକରେ ଥାଏ ତାଙ୍କର ରହଣି |୫|

ଖୁସି ରେ କରନ୍ତି କେତେ ଜିନିଷ ର କିଣାକିଣି,

ଆଶା କରନ୍ତି କାଞ୍ଚନ ଖଣି ରଙ୍ଗବେରଙ୍ଗ ମଣି |୬|

ପ୍ରେମିକ ଦିଅନ୍ତି ଫୁଟାଣି ଝିଅଙ୍କୁ ମିଠା ମିଠା ଫେଣି,

ହେଲେ ବି କେତେ କଥା ଯେ ଜାଣି ପାରନ୍ତିନି ପୁଣି |୭|

ଫୁଟାଣି ଝିଅ ର କେତେ ପ୍ରକାର ବାଙ୍କ ଚାହାଣି,

ହାତ ଆଖି ସହ ବୁଲାନ୍ତି ଯେମିତି ନାଟ୍ୟ ର ଠାଣିମାଣି |୮|

ତାଙ୍କ ଫୁଟାଣି କଥା ଆମୋଦପ୍ରିୟଙ୍କ ପାଇଁ ମଧୁରବାଣୀ,

ମନକୁ ଆନନ୍ଦ ପ୍ରମୋଦ ମିଳେ ଏହି ସେହି ଗପ ଶୁଣି ଶୁଣି |୯|


Rate this content
Log in