Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ ୫

ମୃଗନୟନୀ ୫

1 min
6.6K


ଜୀବନ ଦର୍ଶନ ପଢିପଢି

ଆଖିର ଲୁହ ଆଖିରେ ଶୁଖିଯାଇଛି,

ଅଫେରାନ୍ତ ବୟସ ଆଜି ବି ଡାକୁଛି ହାତଠାରି

ଫେରିଆସେ ତୁମେ ଥରେ ଆଗୋ ମୃଗନୟନୀ,

ସମୟ ସେଇଠି ଥମିଯିବନି

ଯେଉଁଠି ଆରମ୍ଭ ହୋଇଥିଲା ଆମ କାହାଣୀ

ତୁମ ନୀରବତା ଅସହ୍ୟ ହେଲାଣି

କେବେ ବୁଝିବ କେଜାଣି

ଜହ୍ନକୁ ପଚାରିଲି ପଚାରିଲି

କଢିକୁ ବଗିଚାର ସବୁ ଫୁଲକୁ

ତୁମ ଚୋରାଚାହାଣିଠାରୁ କେହି ନୁହେଁ ସୁନ୍ଦରୀ

ଆଗୋ ମୋ ମୃଗନୟନୀ ।


Rate this content
Log in