Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Inspirational Others

5.0  

ବି. ନିରୁପମା

Children Inspirational Others

ଆସ ଏହି ବିଦ୍ୟାପୀଠେ

ଆସ ଏହି ବିଦ୍ୟାପୀଠେ

1 min
213



ହେ ନବୀନ ସାଥୀ ନେଉଛୁ ପାଛୋଟି

ଆସ ଏହି ବିଦ୍ୟାପୀଠେ ,

ଅତି ଆନନ୍ଦରେ ସ୍ୱାଗତ କରୁଛୁ

ଜ୍ୟେଷ୍ଠ ଭ୍ରାତା,ଭଗ୍ନୀ ଯେତେ--

ଆସ ,ଆସ ହରଷ ଚିତ୍ତେ ;

ମନ ମଧ୍ୟୁ ଶଙ୍କା ଦୂରେଇ ଯେତେ ।

ଆସ,ଆସ ହରଷ ଚିତ୍ତେ ।


ଏ ଶିକ୍ଷା ମନ୍ଦିର ଅତୀବ ସୁନ୍ଦର

ଶୃଙ୍ଖଳିତ-ନିରାପଦ ,

ଶିକ୍ଷାଦାନ ଆଉ ଶିକ୍ଷା ଗ୍ରହଣରେ

ମିଳଇ ପରା ଆନନ୍ଦ ।

ବଡ଼-ସାନ ଭେଦଟି ନାହିଁ ;

ଶିକ୍ଷାଲାଭ କରୁ ଏକାଠି ଥାଇ ।

ବଡ଼,ସାନ ଭେଦଟି ନାହିଁ ।


ଗୁରୁ ଶିଷ୍ୟ ମଧ୍ୟେ ନିଆରା ସମ୍ପର୍କ

ଅଟେ ଏଠି ବନ୍ଧୁ ସମ ,

ଆମ ଭବିଷ୍ୟତ ଉଜ୍ବଳ ପାଇଁକି

ମିଳେ ଉଚ୍ଚ ଶିକ୍ଷାମାନ ।

ବିଦ୍ୟାଲାଭେ ହୋଇଲେ ବ୍ରତୀ ;

ଅଚିରେ ଆମକୁ ମିଳିବ ଖ୍ୟାତି ।

ବିଦ୍ୟାଲାଭେ ହୋଇଲେ ବ୍ରତୀ ।


ଯେ ଜନ ଅଜ୍ଞାନ ତୁଚ୍ଛ ତା' ଜୀବନ

ଭୋଗେ ନିନ୍ଦା-ଅପମାନ ,

ବିଦ୍ୟାଲାଭେ ମନ ଦେଲେ ପରା ଆମ

ସଫଳ ହେବ ଜୀବନ ।

ହେବା ତେବେ ଜ୍ଞାନୀରେ ଗଣା ;

ଦିଗହରା ହୋଇ ନୋହିବା ବଣା ।

ହେବା ତେବେ ଜ୍ଞାନୀରେ ଗଣା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Children