Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Romance

1.0  

Titi Sarangi

Romance

ସିଦ୍ଧା

ସିଦ୍ଧା

1 min
6.6K


ଆଖିରୁ ଝରେନି ଲୁହ ଝରେ ସିଏ ଅନ୍ତରୁ

ଭାଙ୍ଗିଯାଏ ପ୍ରେମ ଯହିଁ କିଛି ବି କାରଣରୁ |

ସେଦିନ ନିଷ୍ଠୁର ବ୍ଯାଧ ଭାଙ୍ଗିଦେଲା ମିଳନ

କ୍ରୌଞ୍ଚପକ୍ଷୀ ଦୁଃଖ ତୋଳେ କବି ମନେ ସ୍ପନ୍ଦନ |

ସେ ମରଣ ଲେଖିଦେଲା ଅମର କବିତା

ଯୁଗ ପରେ ଯୁଗ ଡେଇଁ ଆଜି ବି ଅପରାଜିତା |

ଦୁଃଖଟିଏ ଛୁଇଁଯାଏ ଯେବେ କବି ମନକୁ

କବିତା ଚନ୍ଦନପରି ଶାନ୍ତକରେ ହିଆକୁ |

କେତେ ଭାବ କେତେ ରୂପେ ଯାଉଛନ୍ତି ବହି

କବିତାର ଦେହ ଛୁଇଁ ମନକଥା କବି ଯା'ନ୍ତି କହି |

ଲହୁଣୀଠୁ ନରମ ବି ଗୁଳିଠୁ ବି ଅନେକ ଗରମ

କବିତା ହିଁ ଚାଲିପାରେ ଯୁଗାନ୍ତରେ ପଥ ଦୀର୍ଘତମ |

ମର ଦେହେ ମରିଯାଏ କବିର ସେ ନଶ୍ବର ଶରୀର

ସେ ଦେହୁ ମୁକୁଳି ଆସି କବିତାଟି ଚିରକାଳ ଭାସ୍ବର |

ଆତ୍ମା ତ ମରେନା କେବେ ମରେ ନାହିଁ କବିତା କେବେ ବି

ଦୁଃଖର ନିଆଁରେ ଜଳି ସୁନାପରି ଝଟକେ ଯା ଲିପି |


Rate this content
Log in

Similar oriya poem from Romance