Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2  

Prasant Kumar Nath

Romance

ପ୍ରେମିକା

ପ୍ରେମିକା

1 min
462



ଭାବିଲି ଦିନେ ମୁଁ କବିତା ଲେଖୁଛି

ନିଇତି ପ୍ରେମିକା ନାଁ'ରେ

ଜାଣିନାହିଁ ସିଏ କେଉଁଠି ରହୁଛି

ଘର ତା'ର କେଉଁ ଗାଁ'ରେ ।


କାହାକୁ ନେଇ ମୁଁ କବିତା ଲେଖୁଛି

କିଏସେ ପ୍ରେମିକା ମୋର

ଯାହାର ରୂପକୁ ବର୍ଣ୍ଣନା କରୁଛି

କେଉଁଠି ତାହାର ଘର ।


ପଚାରିଲି ଯେବେ ଏକଥା ମନକୁ

ପାଇଲି ଗୋଟେ ଉତ୍ତର

ଯାହା କଥା ଭାବି ଲେଖୁ ତୁ କବିତା

ସେପରା ପ୍ରେମିକା ତୋର ।


ଭାବିଲି ପାହାଡ଼ ଝରଣା ପର୍ବତ

ଆକାଶର ତାରା ଜହ୍ନ

ଫୁଲ ବନ ଆଉ ଫଗୁଣ ଶ୍ରାବଣ

ସମସ୍ତେ କିଣନ୍ତି ମନ ।


ଜହ୍ନ ଦେଉଅଛି ଶୀତଳ ପରଶ

ବରଷା ଭିଜାଏ ଦେହ

ଫଗୁଣର ରଙ୍ଗ ଲାଗିଗଲେ ଦେହେ

ଘାରୁଛି ପ୍ରେମର ମୋହ ।


ଏମାନେକି ସତେ ପ୍ରେମିକା ମୋହର

ମନରେ ତୋଳନ୍ତି ଘର

କବି ପାଇଁ କାଳେ ସମସ୍ତେ ପ୍ରେମିକା

ମିଳିଲା ମୋତେ ଉତ୍ତର ।


Rate this content
Log in

Similar oriya poem from Romance