କଳ୍ପନାରେ
କଳ୍ପନାରେ
1 min
6.6K
ମୟୁରୀ ଗୋ ତୁମେ ମନ୍ଦାକିନୀ ପରି
ଅବିରତ ବହୁଥାଅ
ତୁମ ଶିରୀ ରୂପ ଦେଖୁଥିବି ଦୂରେ
ଯେତେ ଦୂର ଯାଉ ଥାଅ।
ନଥିବ ଭାବନା ବିରହୀ ମନର
ପିପାସାର ଉନ୍ମାଦନା
ଅନାଘ୍ରାତ କରି ପାପର ବାସନା
ନେଉଥିବ ମନୁ ତୃଷ୍ଣା
ଅପରୂପା ବୋଲି ସପନ ପଲକେ
ଦେଖୁଛି ତନ୍ଦ୍ରାରେ ବସି
ତୁମେ କି ଜୀବନ ପ୍ରେମ ତୀର୍ଥାଟନ
ପ୍ରଣୟର ଗଙ୍ଗା କାଶୀ।
ପ୍ରଶାନ୍ତ କୁମାର ହୋତା