Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Romance

2  

SARATA KUMAR DAS

Romance

ପ୍ରିୟତମା

ପ୍ରିୟତମା

1 min
7.1K


ଶୁଭ ମୁହୂର୍ତ୍ତର ଶୁଭ ମଙ୍ଗଳରେ

ମୋ ସଂସାରେ ପାଦ ଦେଲ ,

ବିଷରୁ ପୀୟୂଷ ନର୍କରୁ ନିର୍ମାଲ୍ୟ

ତମେ ସାଉଁଟି ଆଣିଲ ।।


ଯେତେ ଅନ୍ତର୍ଦାହ ଯେତେ ଆଲୋଡନ

ଥିଲା ଯେତେ ଉତ୍ପୀଡନ ,

ଅପସରି ଗଲା କେତେ କଳାମେଘ

ଲଭି ତମ ଶିହରଣ ।।


ମାଗିଥିଲି ତମ ନିଷ୍କପଟ ପ୍ରେମ

ସୁଶ୍ରୀ ସରଳ ହୃଦୟ ,

ଭିଜାଇଲ କେତେ ପ୍ରେମ ବରଷାରେ

ଲାଗୁଛି କାହିଁକି ଭୟ ।।


ତମେ ଗୋ ରୂପସୀ ଚମ୍ପକ ବରନା

ପ୍ରୀତିଲଗ୍ନା ପ୍ରୀତିପୂର୍ଣ୍ଣା ,

ସଂସାର ଧରମେ ବେଦ ବିଚାରରେ

ମୋ ଗୃହରେ ଅନ୍ନପୂର୍ଣ୍ଣା ।।


ତମେ ବେଦନ୍ବିତା ଦିବ୍ୟ ଅପରୂପା

ମଧୁବୋଳା ମଧୁସିକ୍ତା ,

ତମେ ତପସିଦ୍ଧା ମୋ ମନ ନାୟିକା

ପ୍ରେମବୋଳା ପ୍ରେମସିକ୍ତା ।।


ମନ ଉପବନେ ସଂଜର ଶେଫାଳୀ

ରାତ୍ରିର ରଜନୀ ଗନ୍ଧା,

ଘଂଚ ବନାନୀର ସୁଗନ୍ଧିତ ହେନା

ତମେ ତ ଅଳକାନନ୍ଦା ।।


କାମ ରାଇଜର କାମାକ୍ଷୀ ତମେ ଗୋ

ମୋ ମନର ମୟୂରାକ୍ଷୀ ,

ରୂପ ରାଇଜର ରାଜକୁମାରୀ ଗୋ

ତମେ ଗୋ ମୋ ନଳିନାକ୍ଷୀ ।।


ରାଗର ରାଗିଣୀ ଚାନ୍ଦର ଚାନ୍ଦିନୀ

ତମେ ଗୋ ଅପରାଜିତା ,

ଜୀବନ ଯମୁନା ଉଜାଣି ସୁଅରେ

ତମେ ଗୋ ଜଗତଜିତା ।।


ତମେ ମୋ ସାବିତ୍ରୀ ତମେ ମୋ ଗାୟତ୍ରୀ

ତମେ ପୁଣ୍ୟତୋୟା ଗଙ୍ଗା ,

ମୋ ଜୀବନ ପଥେ ସାଥିଟିଏ ତମେ

ତମେ ଗୋ ମୋ ମଧୁଛନ୍ଦା ।।


ନୟନେ ତମର ପ୍ରଣୟ ଇଶାରା

ଓଠ ତମ ସ୍ନେହସିକ୍ତା ,

ହୃଦୟ ତମର ପ୍ରେମ ମଧୁକୁଂଜ

ମନଟି ସାଗର ମୁକ୍ତା ।।


ତମେ ଗୋ ଜାହ୍ନବୀ ପ୍ରେମ ମନ୍ଦାକିନୀ

ସରଗର ଅପସରା ,

ମୋ ମନ ଆକାଶ ନୀଳିମା ବୁକୁରେ

ତମେ ଗୋ ପ୍ରଭାତୀ ତାରା ।।


ସାତସୁରେ ବନ୍ଧା ଜୀବନ ସମ୍ପର୍କ

ଦୁହେଁ ଦୁହିଁଙ୍କର ପାଇଁ ,

ଗୋଧୂଳି ଲଗ୍ନରେ ତୁଳସୀ ମୂଳରେ

ଜଳୁଥାଅ ଦୀପ ହୋଇ ।।


ନାରୀ ନୁହେଁ ତମେ ଦେବୀ ନାରାୟଣୀ

ପ୍ରିୟମ୍ବଦା ଆହ୍ଲାଦିନୀ ,

ଜୀବନ ଯାତ୍ରା ର ଶେଷ ପରିଧି ରେ

ତମେ ଗୋ ପୂତ ପାବନୀ ।।


କୁରଙ୍ଗୀ ନୟନା ତମେ ମନୋରମା

ସାଗରର ନୀଳ ଉର୍ମି,

ମଲା ଜହ୍ନ ନୁହେଁ,ତମେ ଅସ୍ତରାଗ

ପୁଣି ପ୍ରଳୟର ବହ୍ନି ।।


ତମେ ଗୋ ମୀନାକ୍ଷୀ ସରଗ ଉର୍ବଶୀ

ମଧୁମତୀ ଅନୁପମା ,

ତମ ନିରୁକ୍ତ ପ୍ରେମର ପ୍ରଣୟୀ ମୁଁ

ତମେ ଗୋ ମୋ ପ୍ରିୟତମା ।।।।


ଶରତ କୁମାର ଦାସ

ଅଧ୍ୟାପକ,ରାଜନୀତି ବିଜ୍ଞାନ ବିଭାଗ

ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।

ଦୁରଭାଷ--9438243149


Rate this content
Log in

Similar oriya poem from Romance