ବର୍ଷା ଓ ଚଷାପୁଅ
ବର୍ଷା ଓ ଚଷାପୁଅ
8 mins
6.8K
ହଳ ଲଙ୍ଗଳ ଧରି ସଅଳ
ବିଲକୁ ଯାଏ ଧାଇଁ
ଗାର ଯାଆଁଳ ପାଣିରେ ହଳ
କରୁଛି ଚାଷୀ ଭାଇ ।
କୋଦାଳ ଧରି କତି କରୁଛି
ବାଳୁଙ୍ଗା ଦିଏ ବାଛି
ଗୋଡ଼କୁ ତାର ଖାଇ ଯାଉଛି
ଡାଆଁସ ଆଉ ମାଛି ।
ତୁହାକୁ ତୁହା ମେଘ ବରଷେ
ପଖିଆ ଦେଇ ମୁଣ୍ଡେ
ଚାଷରେ ସିଏ ଯାଇଛି ମାତି
ଥକି ପଡୁନି ଦଣ୍ଡେ ।
ନାଳିଆ ଚାହା ପିଉଛି କଂସେ
ହିଡ ମୁଣ୍ଡରେ ବସି
ସକାଳେ ଯାଇ ସଂଜେ ଫେରୁଛି
କ୍ଷେତକୁ ତାର ଚଷି ।
ଦେହଟା ତାର କାତରି ଯାଏ
ବରଷା ପାଣି ଖାଇ
ତେଲ ଲଗେଇ ସଞ୍ଜ ପହରୁ
ପଡୁଛି ସିଏ ଶୋଇ ।
ସୁନା ଫସଲ ସପନ ଦେଖେ
ବରଷା ଯେବେ ଆସେ
ସାର ମସଲା ଦେଇ ଆନନ୍ଦେ
କ୍ଷେତକୁ ତାର ଚସେ ।