Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଅଫେରା ସମୟ

ଅଫେରା ସମୟ

1 min
1.4K


ପୂର୍ବ ଦିଗରେ ସିନ୍ଦୁରା ଫାଟି ନ ଥିଲା,

ସୂର୍ଯ୍ୟ ବି ଉଠି ନ ଥିଲେ ଦିଗ୍ବଳୟର ଶେଯରୁ,

ଗୋବର ଲିପା ଆଉ ଝୋଟି ଅଙ୍କା ଟୋକେଇରେ,

ସଜ ହୋଇଥିଲା ନୂଆଲୁଗା ଆଉ ଗଉଣୀରେ ଅକ୍ଷିମୁଠି,

ରାତି ପାହିଲେ ଅକ୍ଷୟ ତୃତୀୟା,

ଜମିହଳ ହେବ ।

ଓଡିଆର ଆଶା ଆଉ ସ୍ୱପ୍ନ ସବୁ ବିଞ୍ଚା ହେବ,

ମୁଠା ମୁଠା ହୋଇ ।

ବୀଜ ସବୁ ଅଙ୍କୁରୋଦଗମ୍ ହେବ ।

ସୁନାର ଫସଲର ଢେଉ ମାଡିଯିବ କ୍ଷେତରୁ କ୍ଷେତକୁ,

ଆନନ୍ଦ ଉଲ୍ଲାସରେ କୁରୁଳିବେ ଓଡିଶାବାସୀ,

ହେଲେ ନ ଥିବେ ମଣିଷ ଦୁର୍ଲ୍ଲଭ ଜାନକୀ ବଲ୍ଲଭ,

ତୁମ ଆମ ଗହଣରେ,

ଏତେ ଖୁସି ସାଉଁଟି ନେବାକୁ ।

ମା'ଟିଏ ଦେଉଳ ପାଲିଟିଛି,

ଦଶମାସ ଦଶଦିନ ପୁରି ଆସିଲାଣି,

ଜନମିବେ ଜଗତ ଠାକୁର,

ଧରି ନବ କଳେବର,

ଦାରୁ ଠାବ ସରି ଆସିଲାଣି,

ଦିଅଁମାନେ ଗଢାହେବେ,

ନବ କଳେବର ଧରି ଦିଅଁମାନେ ବିଜେ ହେବେ

ଶ୍ରୀ ମନ୍ଦିରରେ ।

ଚଳ ଚଞ୍ଚଳମୟ ହୋଇଉଠିବ ନୀଳାଞ୍ଚଳ ଧାମ,

ମନ୍ତ୍ରୀ ନେତା ଓ ଜନତାଙ୍କୁ ଦର୍ଶନ କରାଇବେ ପଣ୍ଡା ପଢିଆରୀ,

ହେଲେ କେମିତି କେମିତି ଗୋଟିଏ ଶୂନ୍ୟସ୍ଥାନ ଅନୁଭବ ହେଉଥିବ

ସେହି ମହାନ୍ ଜନନାୟକଙ୍କ ଅନୁ ସ୍ଥିତିରେ

ଓଡିଶାବାସୀଙ୍କ ମନ ଓ ହୃଦୟ ସିନା ହେଉଥିବ ଝୁରି ।


Rate this content
Log in