Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Abstract Tragedy

3  

Panchanan Jena

Abstract Tragedy

ଫେଡାଣ

ଫେଡାଣ

1 min
243


କୁନି ଝିଅ ମେଘା

ତୁଳସୀ ଚଉରା ମୂଳେ

ଜେଜେକୁ ଜାବୁଡ଼ି ପଚାରିଲା

ଦୁଃଖ-ସୁଖର ମାନେ କ’ଣ ଜେଜେ ?

ଲୁହ-ହସର ଅର୍ଥ କ’ଣ ଜେଜେ ?

ହସ-ଲୁହ ଦୁହେଁ ଜାଁଆଳା ଭଉଣୀ

ଟଙ୍କାର ଦୁଇ ପାଖ ପରି

ଜଣେ ହେଡ଼ ଆଉ ଜଣେ ଟେଲ

ମନର ଅବସ୍ଥା ସରି ।

ସମୟ ସୁଅରେ ବଦଳୁଥିବା ମାନଚିତ୍ର ନକସା

କ୍ଷଣ କ୍ଷଣ କେ ଆନ ।

ସୁଖର ଝରଣା କୂଳେ ଦୁଃଖର କାକଳୀ

ହସ କିଆରୀରେ ଫଳେ ଝସର ଶେଫାଳୀ ।

ସୁଖର ବିଛଣା ପରେ ଦୁଃଖର ଚାଦର

ହସର ଗାଲିଚା ତଳେ ଲୁହର କଙ୍କର ।

ଦୁଃଖ ପରେ ସୁଖ ଆଉ ସୁଖ ପରେ ଦୁଃଖ

ନିୟତିର ନିୟମରେ ବନ୍ଧା ଦୁହେଁ ଚକ-ଅଖ ।

ଲୁହର ପାବଚ୍ଛ ପରେ ହସର ସୋପାନ

ମନେ ରଖ ମେଘା ମୋର ନ ହୋଇ ମଳିନ ।

ହସ-ଲୁହର ଭଗ୍ନାଂଶ ଶତାଂଶ ଗୁଣନ

ସୁଖ-ଦୁଃଖର ମିଶାଣ ଫେଡାଣ

ଫେଡ଼ା-ଯୋଡ଼ାରେଦୁଃଖର ଶ୍ରାବଣ ପରେ ସୁଖର ଫଗୁଣ ।

ନ ହୁଅ କାତର ଦୁଃଖରେ

ନ ହୁଅ ଅଧୀର ସୁଖରେ

 ମନ ଚଇତନ ହେଉ ଉପବନ

 ହସ-ଲୁହର ଘାସ-ଫୁଲମାନ

 ସୁବାସିତ କରିବେ

 କୋଳରୁ-କୋକେଇ ଯାଏଁ

 ଏନ୍ତୁଡିଶାଳରୁ-ଶ୍ମଶାନ ଯାଏଁ ॥ 



Rate this content
Log in

Similar oriya poem from Abstract