Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ଶ୍ରୀପୁରୁଷ - ଭାଗ-୨

ଶ୍ରୀପୁରୁଷ - ଭାଗ-୨

1 min
296



ଇଙ୍ଗିତ ଯେ ଜନଙ୍କର ସହିନପାରଇ ,

ଇରାରେ ଜନମି ଦେଖ ମୋର ଦୁଃଖ ତୁହି  ।।


ଇନ୍ଦ୍ରଢାଲ ସମ ଲାଗେ ଏ ତୁଚ୍ଛ ଜୀବନ ,

ଇନ୍ଦୀବର ନେତ୍ରେ ମୋର ଲୁହ ଘନଘନ  ।।


ଇଛେ ତୋର ଇନ୍ଦୁମୁଖ ଦେଖିବା ପାଇଁକି ,

ଇଚ୍ଛାପୂର୍ଣ୍ଣ କର ବାରେ ମୋ ଭକ୍ତି ପରଖି  ।।


ଇରକୁ ଉଦ୍ଧାର କଲ ଅକାତ ଇରା ରୁ ,

ଇରେଶ ହେ ମୋ ବେଳକୁ କାହିଁ ହୁଅ ମେରୁ  ।।


ଈରଣଚର ପତିଙ୍କୁ କରିଣ ଆସନ ,

ଇରାକୁ ଭ୍ରମଣ କର ହେ ବିଶିକେସନ  ।।


ଈଶାସହ ଦେବୀ ଯେତେ ଅଛନ୍ତି ସ୍ଵର୍ଗରେ ,

ଈଡା କରୁଥାନ୍ତି ତବ ଆନନ୍ଦ ମତିରେ  ।।


ଈଷଣେ ନ ଆସେ ନିଦ ସାରା ନିସାକାଳ ,

ଈଶରିପୁ କେଳି ମନେ ପଡେ ବାରବାର  ।।


ଈଦୃଶ ଜୀବନ ମୋର ଯାଉଛି ମଉଳି ,

ଈସ୍ମନଳିନ ମୁଖ ମୋ ପଡଇ ଝାଉଁଳି  ।।



Rate this content
Log in