ମିଛେଇ ମୌସୁମୀ
ମିଛେଇ ମୌସୁମୀ
1 min
308
ଛଳନାର ଛୁଆଁ ଦେଇ ଚାଲିଗଲ
କାହିଁକି ଗୋ ମଉସୂମୀ
କେତେ ମୁଁ ତିନ୍ତିଲି , ତୁମ ଛଳନାରେ
ଉନ୍ମାଦିଣ ନବ ଉର୍ମୀ ।।
ସକଳ ଜୀବ ଯେ ତୁମ ପ୍ରତୀକ୍ଷାରେ
ପ୍ରତୀକ୍ଷିତ ପ୍ରତୀକ୍ଷଣ
କେମିତି କୁହ ହେ ବାଟବଣା କରି
ଚାଲିଗଲ ଏଇ ସନ ।।
ବୃକ୍ଷ ଲତା ଜୀବ ଜନ୍ତୁ ସର୍ବେ ପରା
ଆତୁରେ ଅପେକ୍ଷାରତ
ଜୀବନ ଯାଉଛି ନିଦାଘ କୋପରେ
ସଭିଏଁ ବ୍ୟସ୍ତ ବିବ୍ରତ ।।
ଆସିବ ବୋଲି କି ତୁମେ ଛଳନାରେ
ଦେଇଯାଅ ପ୍ରତିଶ୍ରୁତି
ତୁମ ଅପେକ୍ଷାରେ ବିତେଇ ଦେବୁ ଗୋ
ମାସ ମାସ ଦିନ ରାତି ।।