ସ୍ମୃତି ସବୁ ଗଲେ କୁଆଡେ
ସ୍ମୃତି ସବୁ ଗଲେ କୁଆଡେ
● ସ୍ମୃତି ସବୁ ଗଲେ କୁଆଡେ
●ଜ୍ୟୋତିରଞ୍ଜନ ବାରିକ
କେବେ ଯଦି ଇଛା ହୁଏ
ଫେରି ଯାଏ ଅତୀତକୁ ,
ଖୋଜି ବୁଲେ ହଜେଇ ଦେଇଥିବା ସ୍ମୃତି ସବୁ ,
ଏଠି , ସେଠି , ସବୁଠି
ହଉ ସିଏ ଚନ୍ଦ୍ରଭାଗା ର ଛାତି ,
ନହେଲେ ଭଗ୍ନ କୋଣାର୍କ ର ଶିଳା ଖଣ୍ଡ ,
ଅବା ରାମଚଣ୍ଡୀଙ୍କ ପୀଠ ,
କୋଉଠି ବି ପାଏନା ,
ଭାବେ ସ୍ମୃତି ସବୁ ଗଲେ କୁଆଡେ ?
ଚନ୍ଦ୍ରଭାଗାର ଛାତିରେ ତନ୍ନ ତନ୍ନ କରି ଖୋଜି ବୁଲେ
ସମୁଦ୍ରକୁ ସାକ୍ଷୀରଖି ଗଢିଥିବା ବାଲିଘର,
ଆଉ ପାଗଳଙ୍କ ପରି ଖୋଜେ ପ୍ରେମିକାର ପାଦ ଚିହ୍ନ ,
ନା ମିଳେ ବାଲିଘର , ନା ପାଦଚିହ୍ନ ?
ମିଳେ ଖାଲି ଅତୀତର ହାଲ୍କା ଅନୁଭବ ଓ
ଖରା ଖାଇ ପଡିରହିଥିବା ମୁଠା ମୁଠା ଉତ୍ତପ୍ତ ବାଲି ।
ନିରାଶ ହେଇ ଫେରିବା ପରେ
ଛୋଟ ଆଶା ନେଇ ଚାଲିଯାଏ ,
ଭଗ୍ନ କୋଣାର୍କର ଶିଳା ଖଣ୍ଡ ପାଖକୁ
ଖୋଜେ ଅତୀତରେ ଲେଖିଥିବା ପ୍ରେମିକାର ନାଁ କୁ
ବାହାରକୁ ଅଳ୍ପ ଥାଇ ମାଟିରେ ପୋତି ହେଇଯାଇଥିବା
ସେ ଶିଳା ଖଣ୍ଡର ଦେହରେ ,
ତାକୁ ବି ପାଏନା ,
ବୋଧେ ସେ ବର୍ଷାରେ ଧୋଇ ହେଇ ଯାଇଥାଏ
ନହେଲେ କେହି ଇର୍ଷା କରି ଲିଭେଇ ଦେଇଥିବେ ,
ଶେଷ ସ୍ମୃତି ଖୋଜିବାର ଜାଗା ରାମଚଣ୍ଡୀ
ଅଟୋ ଯୋଗେ ହେଉ ନହେଲେ ବସ୍ ଯୋଗେ
ଅବା କାହାର ସାହାର୍ଯ୍ୟ ନେଇ ପହଞ୍ଚେ ରାମଚଣ୍ଡି ରେ
ଆଉ ଖୋଜିବାରେ ଲାଗିପଡ଼େ ସେଦିନ ଛାଡି ଦେଇ ଆସିଥିବା
ସିନ୍ଦୁର ଫରୁଆ , ପ୍ରେମିକାର ପୁରୁଣା ଚୁଡି ଆଉ ଲାଲ୍ ଅଳତା ,
ଯାହା ଥିଲା ପ୍ରେମିକା ପାଇଁ ପ୍ରଥମ ପ୍ରେମର ଉପହାର ,
ସେ ବି ମିଳେନି , ଖୋଜି ଖୋଜି ନୟାନ୍ତ ହେଇଯାଏ
ଆଉ ଖୋଜିବାର ଦମ୍ଭ ଭାଙ୍ଗିଗଲା ପରେ
ମନକୁ ପ୍ରଶ୍ନ ଟିଏ ଆସେ ,
ଏ ସ୍ମୃତି ସବୁ ଗଲେ କୁଆଡେ ?? ଚଢ଼େଇଗାଁ ,ନିମାପଡା ,ପୁରୀ