Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

2  

Prasant Kumar Nath

Others

ଶରତ ଆସିଛି ଗାଁକୁ ମୋର

ଶରତ ଆସିଛି ଗାଁକୁ ମୋର

1 min
6.6K


ଛୋଟ ଏକ ଗାଆଁ ବଡ ତାର ନାଆଁ

ଯେଉଁଠି ବଢ଼ିିଛି ମୁହିଁ

ଗାଆଁ ପଛେ ପଛେ ଜୁଣେଇ ନାମରେ

ନଈ ଟେ ଯାଇଛି ବହି ।

ନଈ ଆର ପଟେ ଛୋଟ ଏକ ଘେରା

କି ସୁନ୍ଦର ମନୋହର

ଶରତ ଆସିଲେ କାଶତଣ୍ଡି ଶୋଭା

ମନକୁ କରେ ବିଭୋର ।

ପବନ ସାଥିରେ ତାଳ ଦେଇ ସେଠି

କାଶତଣ୍ଡି ଦୋଳି ଖେଳେ 

ଧୋବ ଫର ଫର ଦିଶଇ ସୁନ୍ଦର

ମନରେ ଘରଟେ ତୋଳେ ।

ଶୀତଳ ସଲିଳ ମିଠା ପରସରେ

ମନରେ ଜୁଆର ଭାସେ

ଭରା ନଈ ସାଢ଼େ ଧଳା କାଶତଣ୍ଡି

ଶରତ ରେ ଯେବେ ହସେ ।

ପାର୍ବଣ ପୁଲକ ଆଣିଥାଏ ସାଥେ

ମଧୁର ମୂର୍ଚ୍ଛ ନା ରାଗ

ଅଙ୍ଗେ ଅଙ୍ଗେ ପୁଣି ଭରିଦେଇ ଯାଏ 

ପାର୍ବଣର ସପ୍ତରଙ୍ଗ ।


Rate this content
Log in