ଜନ୍ମାଷ୍ଟମି
ଜନ୍ମାଷ୍ଟମି
ନନ୍ଦ ନନ୍ଦନ ଜସୋଦାର ଧନ ଦେବକି ଗଣ୍ଠିଧନ
ବସୁଦେବ ପ୍ରାଣ ବାସୁଦେବ ନାମ ବୋଲାଅ ଜଗତର ଆତ୍ରତ୍ରାଣ ।।
ସୁଦାମା ମଧୂର ଅଟ ସଖା ତୁମେ ରାଧାର ଯେ ପ୍ରାଣଧନ ।
କରି କାଳନ୍ଦି ଦଳନ ଟେକି ଗିରି ଗୋବରଧନ ରଖିଲ ଗୋପପୁରର ମାନ ।।
କିଛିଦିନ ପାଈଁ ଯାଇଥିଲ କହି ଫେରିବ ଯେ ଗୋପପୁର ।
ରହିଲ ଦ୍ବାରକାରେ ମାରିଲ ମଞ୍ଚରେ କଂସ ମାମୁଁ ହେଲେ ବଧ ।।
ଲାଗିଥିଲା ଯୁଦ୍ଧ କୌରବ ଫାଣ୍ଡବ ପାଞ୍ଚଖଣ୍ଡ ପଡା ପାଈଁ ।
ଧର୍ମର ଜୟ କରିବା ପାଈଁକି ସଖାହେଲେ ପାଞ୍ଚ ଭାଈ ।।
କୁରୁସଭା ମଦ୍ଧେ ପାଞ୍ଚାଳିକି ଜେବେ ପଡିଥିଲା କରଷଣ ।
କୋଟି ବସ୍ତ୍ର୍ର ଦେଇ ଲଜ୍ୟା ନିବାରିଲ ରଖିଲ ଦ୍ରୌପଦି ମାନ ।।
ଗର୍ବ ଗର୍ଜନ ମାନ ଉଧାରଣ ଜଗତର ଆତ୍ରତ୍ରାଣ ।
ଶ୍ରୀମଧୁସୂଦନ ହସ୍ତେ ବଈଁସି ଧରିନ କଦମ୍ବ ମୂଳେ କର ଯେ ବାଦନ ।।
@ ସୁଶିଲ କୁମାର ପାଣି, ପୁରୀ