ବୋଧହୁଏ ମୁଁ ତୁମକୁ ଭଲପାଏ
ବୋଧହୁଏ ମୁଁ ତୁମକୁ ଭଲପାଏ
କେବେ ହସେ କେବେ କାନ୍ଦେ
କେବେ ଗୁମସୁମ ରହେ
କେବେ ଗାଏ କେବେ ନାଚେ
ଜାଣେ ନା ମୁଁ କେବେ ଆସେ
କେବେ ପୁଣି ଚାଲିଯାଏ
ଜଣେ ନା ମୁଁ କାହିଁକି ଯେ
ତୁମ କଥା ଏତେ ଭାବେ
ଯେବେ ଥାଏ ତୁମ ପାସେ
ଗୁମାସୁମ କାହିଁ ରହେ
ତୁମ ଠାରୁ ଦୂରେ ଥିଲେ
ତୁମ କଥା ଭାଳି ମରେ
ତୁମ ସ୍ମୃତି ଭାବି ଭାବି
ରାତିସାରା ଚେଇଁ ରହେ
ରାତି ରାତି ସ୍ୱପ୍ନ ଦେଖେ
ତୁମକୁ ରାଣୀ ସଜାଏ
ରାତି ଦିନ ତୁମ ଛବି କାହିଁକି ହୃଦୟ ଆଙ୍କେ
ଅଚିହ୍ନା ମୁହଁ ଭିତରେ
ଆଖି ମୋ ତୁମକୁ ଖୋଜେ
ଅନେକ ଅଜଣା ସ୍ୱରରେ
ତୁମ ସ୍ୱର ବାରି ହୁଏ
ସବୁ ବେଳେ ତୁମ କଥା
କାହିଁ ଏତେ ମନେପଡେ
ଅନେକ ଥର ପଚାରେ ନିଜକୁ ମୁଁ ନିଜେ
ହେଲେ ତ ବୁଝି ପାରେ ନା କାହିଁକି ଏମିତି ହୁଏ
ବୋଧହୁଏ ମୁଁ ତୁମକୁ ଭଲପାଏ…
ବୋଧହୁଏ ମୁଁ ତୁମକୁ ଭଲପାଏ… ।।