Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

2  

Prasant Kumar Nath

Others

ଫରକ

ଫରକ

1 min
329



ଭୁଲି ଯାଇନାହିଁ ପିଲାଦିନ ମୋର

ଭୁଲି ଯାଇନାହିଁ ଖେଳ

କର୍ତ୍ତବ୍ୟରେ ବନ୍ଧା ଆଜି ମୋ ଜୀବନ

କାହୁଁ ବା ଅଣ୍ଟିବ ବେଳ ।


ଖେଳ ପଡିଆକୁ ଯାଉଥିଲି ମୁହିଁ

ଫୁଟବଲ ହାତେ ଧରି

ଆଜି ଯାଉଅଛି ଅଫିସ କାର୍ଯ୍ୟରେ

ସାଜି ମୁହିଁ କର୍ମଚାରୀ ।


ପାଠ ପଢ଼ୁଥିଲି ସେତେବେଳେ ମୁହିଁ

ଖେଳିବାଟା ଥିଲା ନିଶା

ସେହି ନିଶା ଆଜି ବନ୍ଧା ପଡ଼ିଅଛି

ଆଦରିଛି ନିଜ ପେଶା ।


ବୁଲୁଥିଲି ସେବେ ଖୋଲା ଆକାଶରେ

ବାପା ପଇସାରେ ଖାଇ

ଆଜି ନିଭାଉଛି ନିଜର କର୍ତ୍ତବ୍ୟ

ଆଦର୍ଶ ବାପାଟେ ହୋଇ ।


ଆକାଶ ପାତାଳ ଫରକ ଦେଖୁଛି

ଦୁଇଟି ସୋପାନ ମଧ୍ୟେ

ବସି ବସି ଯେବେ ଭାବେ ସେହି କଥା

ଆତ୍ମାଟାକୁ ଭାରି ବାଧେ ।


ସେବେଳର ଖୁସି ଅଲଗା ପ୍ରକାର

ଥିଲା ଖାଲି ନିଜ ପାଇଁ

ଏବେକାର ଖୁସି ନିଆରା ଲାଗଇ

ଅନ୍ୟପାଇଁ ଖୁସି ହୋଇ ।

     


Rate this content
Log in